ସୁନ୍ଦରଗଡ ତା:୧୪/୯/୨୦୨୫ ( ସନ୍ଧାନ ନ୍ୟୁଜ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ପଞ୍ଚାୟତର ତଳସରା ଗ୍ରାମରୁ ଆଦର୍ଶ ବିଦ୍ୟାଳୟ ତଥା ବୁଡ଼ା ବାହାଲ ସହିତ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ସ୍ଥିତିରେ ରହିଛି । ତଳସରା ଗ୍ରାମର ମୁଖ୍ୟ ବସ୍ତି ସହିତ ପୋଖରୀ ଦେଇ ରୀତିମତ ଭାବରେ ସର୍ବସାଧାରଣ ବ୍ୟାଙ୍କ,ଚିକିତ୍ସାଳୟ, ଥାନା ,ପଞ୍ଚାୟତ, କୁ ଯିବାଆସିବା କରନ୍ତି । ତା ସହିତ ଏହି ରାସ୍ତା ଦେଇ ଅଞ୍ଚଳ ର ପ୍ରତ୍ୟେକ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟକୁ ଯିବା ଆସିବା କରନ୍ତି ହେଲେ ଏବେ ଏହି ରାସ୍ତା ବିପଦପୂର୍ଣ୍ଣ ରହିବା ସହିତ ପ୍ରତିଟି ମୂହୁର୍ତ୍ତ ଦୁର୍ଘଟଣା ହେବାର ଆଶଙ୍କାକୁ ବଢ଼ାଇବାରେ ଲାଗିଛି । କାର୍ଯ୍ୟ ପାଇଁ ଏହି ରାସ୍ତାର ଅନ୍ୟ ବିକଳ୍ପ ବ୍ୟବସ୍ଥା ପାଇଁ ଲୋକେ ୬ କିଲୋମିଟର ଅଧିକ ରାସ୍ତା ଅତିକ୍ରମ କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଥିବା ଜଣା ପଡ଼ିଛି । ଅତିଶିଘ୍ର ଏହି ରାସ୍ତାର ମରାମତି ପାଇଁ ଅଞ୍ଚଳବାସି ଦାବି କରିଥିବା ଜଣାପଡିଛି।



