ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ଲୋକଙ୍କ ଜୀବନପ୍ରତି ବିପଦ

Spread the love

ବେତନଟୀ,୦୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ବିଭାଗ-ବିଭାଗ ମଧ୍ୟରେ ରହୁ ନାହିଁ ସମନ୍ବୟ । ଯାହାର ପ୍ରତିକୂଳ ଫଳାଫଳ ସ୍ଵରୂପ ଜନସାଧାରଣଙ୍କ ଜୀବନ ପ୍ରତି ଦେଖାଦେଇଛି ଶଙ୍କଟ ।‌ନୂଆକରି ନିର୍ମିତ ପ୍ରଧାନମନ୍ତ୍ରୀ ସଡ଼କ ମଝିରେ‌ରହିଯାଇଛି ବିଦ୍ୟୁତ୍ ଖୁଣ୍ଟ । ଯାହାକୁନେଇ ବିଶେଷକରି ସାଇକେଲ ଏବଂ ବାଇକ୍ ଆରୋହୀଙ୍କ ଜୀବନପ୍ରତି ଅଧିକ ବିପଦର‌ ସମ୍ଭାବନାସୃଷ୍ଟି କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମେର୍ଦା ପଞ୍ଚାୟତ କୁସୁମପୁରା ଗ୍ରାମରେ । ମେଦୀ ଆର.ଡି ରାସ୍ତା ଠାରୁ ବେଣାପୁରା ପର୍ଯ୍ୟନ୍ତ ଅଢେଇକିଲୋମିଟର ରାସ୍ତା ପାଇଁ ୮୫.୭୮ଲକ୍ଷଙ୍କା ବ୍ୟୟ ଅଟକଳରେ ୨୦୧୮-୧୯ରେ ନିର୍ମାଣ କରଯାଇଥିଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ । ତେବେ ଗ୍ରାମ୍ୟଉନ୍ନୟନ ବିଭାଗ ନିରୀକ୍ଷଣରେ ନିର୍ମିତ ଏହି ରାସ୍ତାର ନିର୍ମାଣ ସମୟରେ ବିଭାଗବିଭାଗ ମଧ୍ୟରେ ସମନ୍ବୟର ଅଭାବ ପାଇଁ ଅପସାରଣ ହୋଇନପାରି ରାସ୍ତାମଝିରେ ରହିଯାଇଛି ବିଦ୍ୟୁତ୍ ଖୁଣ୍ଟ । ଯାହାକୁ ନେଇ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ପ୍ରତି ବିପଦ ଦେଖାଦେଇଛି । ବିଶେଷକରି ସାଇକେଲ ଏବଂ ବାଇକ୍ ଆରୋହୀଙ୍କ ଜୀବନପ୍ରତି ଅଧିକ ବିପଦର ସମ୍ଭାବନା ଦେଖାଦେଇଛି । ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗ-ବିବାଗ ମଧ୍ୟରେ ସମନ୍ବୟ ରହୁନଥିବାରୁ ଉନ୍ନତୀକରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯିବାସତ୍ତ୍ୱେ ତାହା ତୃଣମୂଳସ୍ତରରେ ସଫଳ ଭାବେ ରୂପାୟିତ ହୋଇପାରୁନଥିବାର ଘଟଣା ବାରମ୍ବାର ଘଟିଚାଲିଛି । ଏନେଇ ବେତନଟୀ ଗ୍ରାମ୍ୟଉନ୍ନୟନ ଉପଖଣ୍ଡ ଅଧିକାରୀ ଇଂ. ରାଜେଶ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ଅନୁଧ୍ୟାନ କରିବାନେଇ ସୂଚନା ଦେଇଛନ୍ତି।

Related Posts

About The Author

Add Comment