ଜେନାପୁର/୧୪l୧୧/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଦିନକୁ ଦିନ ଅପରାଧୀ ମାନେ ଦିନ ଦି ପହରେ ତାଙ୍କର କାୟା ବିସ୍ତାର କରୁଥିବା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିବା ବେଳେ ଏପରି ଏକ ଘଟଣା ଘଟିଛି
ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଛକରେ ।ସୂଚନାରୁ ପ୍ରକାଶ ଜଣେ ଟ୍ରକ ଡ୍ରାଇଭରଙ୍କୁ ମାଡ ମାରି ଟଙ୍କା ଛଡ଼ାଇ ନେବା ଅଭିଯୋଗରେ ଜେନାପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସନ୍ଧାନ ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ନ ସମୟରେ ଆରୁହା ଗ୍ରାମର ଅଜୟ କୁମାର ବାରିକ୍ ଏକ ଟ୍ରକ ନେଇ କଳିଙ୍ଗ ନଗର ସ୍ଥିତ ଏକ ସିମେଣ୍ଟ କାରଖାନାକୁ ସିମେଣ୍ଟ ଆଣିବା ପାଇଁ ଯାଉଥିବା ସମୟରେ ବାଲିସାହି ଛକରେ ସ୍ଥାନୀୟ ଅଞ୍ଜିରା ପଞ୍ଚାୟତ ଅଧୀନ ଭେଜିଗୋଠ ଗ୍ରାମର ନବଘନ ପ୍ରଧାନ ଉକ୍ତ ଟ୍ରକକୁ ଅଟକାଇ ଡ୍ରାଇଭରକୁ ମାଡ ମାରି ତାଙ୍କ ମୁଣ୍ଡକୁ ପଥରରେ ଛେଚି ରକ୍ତତ୍ୱ କରି ତାଙ୍କଠାରୁ ଜୋର ଜବରଦସ୍ତ କରି ତାଙ୍କ ନିକଟରୁ ୩ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଜେନାପୁର ପୋଲିସ ତଦନ୍ତ କରି ନବଘନ ନାଁରେ ୩୩୨/୨୧ରେ ଏକ ମାମଲା ରୁଜ୍ଜୁ କରିବା ସହ ତା’ଠାରୁ ଲୁଟ କରିଥିବା ଟଙ୍କାରୁ ମାତ୍ର ୧ ହଜାର ଟଙ୍କା ଉଦ୍ଧାର କରିବାସହ ସେ ବ୍ୟବହାର କରୁଥିବା ଏକ ବାଇକକୁ ମଧ୍ୟ ପୋଲିସ ଜବତ କରିଥିବା ଜଣା ପଡ଼ିଛି । ଅନ୍ୟପକ୍ଷରେ ଆହତ ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜାଣିବାକୁ ମିଳିଛି । ନବଘନକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ନେଇ ଜେନାପୁର ଥାନାଧିକାରୀ ଶ୍ରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି ।