ରାସ୍ତା ପାଲଟିଛି ମରଣଯନ୍ତା ; କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗ

Spread the love

ଭୁବନେଶ୍ୱର/ଯାଜପୁର୨୨/୦୮ (ସନ୍ଧାନ ନିଉଜ) : ଯାଜପୁର ସହରକୁ ସଂଯୋଗ କରୁଥିବା ବହୁ ପୁରାତନ ପାଣିକୋଇଲି ଠାରୁ ଯାଜପୁର ଭାୟା ଆଙ୍କୁଲା ରାସ୍ତା ମରଣଯନ୍ତା ପାଲଟିବା ଦେଖିବାକୁ ମିଳିଛି । ଏହି ରାସ୍ତାଟି ଯାଜପୁର ସହରକୁ ସଂଯୋଗ ପାଇଁ ସର୍ବ ପୁରାତନ ରାସ୍ତା ଅଟେ । ଦୀର୍ଘ ୧୧ କିମି ଏହି ରାସ୍ତାର ବର୍ତମାନ ଅବସ୍ଥା କହିଲେ ନସରେ । ରାସ୍ତାଟିର ଗୁରୁତ୍ୱକୁ ବିଭାଗୀୟ ଅଧିକାରୀ ଅଣଦେଖା କରିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ପୂର୍ବରୁ ଏହି ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ ୧୯୭୮ ମସିହାରୁ ଦାବି ହୋବା ପରେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ଥାନ୍ତର କରାଯାଇଥିଲା । ପରବର୍ତ୍ତି ଅବସ୍ଥାରେ ଜମୁନା ଓ ବୁଢାନଦୀରେ ଦୁଇଟି ପୋଲ କରାଯାଇ ସବୁଦିନିଆ ରାସ୍ତାରେ ପରିଣତ କରାଗଲା । ୨୦୧୧ରେ ବୁଢାନଦୀର ରୁଢିଆ ପୋଲ ଭାଙ୍ଗିଯିବା ପରେ ଏହି ରାସ୍ତାଟି ଏକ ମାତ୍ର ସଂଯୋଗ ରାସ୍ତା ହୋଇଥିଲା । ପରବର୍ତ୍ତି ଅବସ୍ଥାରେ ଏହି ରାସ୍ତାର ଉନ୍ନତୀ ପାଇଁ ରାସ୍ତାକୁ ଗ୍ରାମଉନ୍ନୟନ ବିଭାଗରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ହସ୍ଥାନ୍ତର କରାଯାଇଛି । ହେଲେ ଏହି ରାସ୍ତାକୁ ଉନ୍ନତୀ କରିବା ତ ଦୂରର କଥା ମରାମତି ଅଭାବରୁ ଏହା ଏବେ ମରଣଯନ୍ତା ପାଲଟିଛି । ଏମିତିକି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପଡି ଦୁର୍ଘଟଣା ଘଟି ମୃତ ବରଣ କରିଥିବା ନଜିର ରହିଛି । ସବୁ ସତ୍ତ୍ୱେର୍ ବି ରାସ୍ତା ମରାମତି କରାଯାଉ ନାହିଁ । ପାଣିକୋଇଲି ବାଳିକା ହାଇସ୍କୁଲ ସମ୍ମୁଖରେ ପିଚୁ ଉଠି ବଡ ଖାଲ ହୋଇ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଛାତ୍ର/ଛାତ୍ରୀ ମାନେ ବିଦ୍ୟାଳୟକୁ ଯାତାୟତ କରିବାରେ ବାଧା ଉପୁଜିଛି । ରାସ୍ତାର ଦୁରାବସ୍ଥା ସର୍ମ୍ପକରେ ନେତା ଠୁ କର୍ମି, ଯନ୍ତ୍ରୀ ଠୁ ମନ୍ତ୍ରୀ ସମସ୍ତେ ଜାଣି ମଧ୍ୟ ଏଥି ପ୍ରତିଦୃଷ୍ଟି ନଦେବା ଆଲୋଚ୍ୟର ବିଷୟ ହୋଇଛି । ତୁରନ୍ତ ଏହି ରାସ୍ତାକୁ ମାରମତି କରିବାକୁ ସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

Related Posts

About The Author

Add Comment