ରାସ୍ତା ନିର୍ମାଣରେ ଦୃନୀତି; ଦୁଇ ଅସରାଏ ବର୍ଷାରେ ଧୋଇଗଲା ଦୁଇ କୋଟିର ରାସ୍ତା

Spread the love

ଧର୍ମଶାଳା, ୧୬/୦୮/୨୦୨୦ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଗଡମଧୁପୁର ପଂଚାୟତର ପନ୍ତୁରୀ କେନାଲ ବନ୍ଧ ଠାରୁ ଗଡମଧୁପୁର ପଂଚାୟତ ଅଫିସ ପର୍ଯ୍ୟନ୍ତ ନିର୍ମାଣ ଆରଡି ଡିଭିଜନ ଜାରକା ୨ ଅଧିନରେ ଚାଲିଥିବା ରାସ୍ତାକାମରେ ଦୁର୍ନୀତି ଅଭିଯୋଗ ହୋଇଛି । ଦୁଇ କୋଟିର ବ୍ୟୟ ବରାଦରେ ନିର୍ମାଣ ଚାଲିଥିବା ରସ୍ତା ଦୁଇ ଅସରା ବର୍ଷାରେ ଧୋଇଯାଇଛି । ନିମ୍ନ ମାନର କାମ କରାଯାଉଥିବାରୁ ଏଭଳି ହୋଇଥିବା ଦେଖାଯାଉଛି । ଯେନତେନ ପ୍ରକାର କାର୍ଯ୍ୟ ସାରି ବିଲ ଉଠାଣର ଯୋଜନାରେ ଠିକାଦାର । ପୂର୍ବରୁ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ କରିବାକୁ ପିଏମଜିଏସୱାଇ ବିଭାଗର ମୁଖ୍ୟଯନ୍ତ୍ରୀ ଚନ୍ଦ୍ରମଉଳି ପତ୍ତନାୟକ ଓ ଏସ ଇ କେନ୍ଦ୍ରାପଡା ଯାଜପୁର ଇଂ ପ୍ରଶନ୍ନ କୁମାର ସେନାପାତି ପ୍ରଭୃତି ପହ‚ô ରାସ୍ତା ନିର୍ମାଣର ଅବସ୍ତାକୁ ଅନୁଧ୍ୟାନ କରି ନିର୍ମାଣକୁ ନେଇ ଅସୋନ୍ତଷ ପ୍ରକାଶ କରିବା ସହିତ ସମସ୍ତ ଅଧିକାରୀ ଓ ଠିକାଦରଙ୍କୁ ତାଗିଦ କରିଥିଲେ । ତେବେ ମୁଖ୍ୟଯନ୍ତ୍ରୀଙ୍କ ନିଦେ୍ର୍ଦଶ ଏସଡିଓ ଏଠାରେ କାର୍ଯ୍ୟକାରୀ କରି ନଥିବା ସ୍ଥାନୀୟ ଅଂଚଳର ଯୁବ କର୍ମୀ ଅଶୋକ କୁମାର ମୁଖି ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ରାସ୍ତାରେ ଡବ୍ଲ୍ୟୁଏମଏମ ବିଛାଇବାକୁ ମୁଖ୍ୟଯନ୍ତ୍ରୀ କଡା ନିଦେ୍ର୍ଦଶ ଦଇଥିଲେ ହେଁ ତାର ବ୍ୟବହାର ନକରି ପୁନଃର୍ବାର ଠିକାଦାର ଠକିବାରୁ ରାସ୍ତା ଭାଙ୍ଗିଛି । ଦୁଇ ମିଟର କଙ୍କି୍ରଟ ଛଡାଇ ପୁନଃର୍ବାର କଙ୍କ୍ରିଟ କରିବାକୁ କହିଥିଲେ । ତଦନୁଯାଇ କାର୍ଯ୍ୟ ହେଉଛି କି ନାହିଁ ଏସଡିଓ ତାରୁ ତଦନ୍ତ ନକରି ନିଦେ୍ର୍ଦଶକୁ ଅଣଦେଖା କରୁଥିବା ଦେଖାଯାଉଛି । ପେଟି ଠିକାଦାର ଅଭିଯୋଗ ଆନୁଯାଇ ଯୋଉଠି ସମସ୍ୟା ରହିଛି ଆମେ ତାକୁ ପୁନର୍ବାର କରିବୁ ବୋଲି କହି ବେଶ ଚତୁରତାର ସହିତ କାର୍ଯ୍ୟସାରି ବାକୁ ତତପର ହୋଇଛନ୍ତି । ସମୟ ପୂର୍ବରୁ କାର୍ଯ୍ୟ ସରି ନପାରି ଏବେ ତରବରିଆ ଭାବରେ କାର୍ଯ୍ୟକରୁଛନ୍ତି । ସେପଟେ ଦୀର୍ଘ ଦିନ ଧରି ଶହସ୍ରାଧିକ ଲୋକ ଦୈନିକ ଯାତାୟତ କରୁଥିବା ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ କାର୍ଯ୍ୟ ଚାଲିଥିବାରୁ ଦୁର୍ଘଟଣା ଘଟିବା ସହିତ ଲୋକେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ମୁଖ୍ୟଯନ୍ତ୍ରୀ ପୁନଃର୍ବାର ଏହାର ତଦନ୍ତ କଲେ ସେ ଦେଇଥିବା ନିଦେ୍ର୍ଦଶ କେତେ କାର୍ଯ୍ୟକାରୀ ହୋଇଛି ତାହା ଦେଖାଯାଆନ୍ତା ବୋଲି ସାଧାରଣରେ ଦାବି ହେଉଛି । Report- Manas Rout

Related Posts

About The Author

Add Comment