ଯାଜପୁର,/ଜେନାପୁର,୪/୨(ସଧାଂନ ନ୍ୟୁଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ମହେଶ୍ୱରା ପଞ୍ଚାୟତଅଧୀନ ବରଡ-ତୁରଙ୍ଗ ରାସ୍ତା ଯାଇଥିବା ରାହାଡ଼ପୁର ଆଦିବାସୀ ବସ୍ତିଦେଇ ପାହାଡ଼ ଓ କ୍ରସର ମାଫିଆଙ୍କ ପାଇଁ ଜାରକା ଆର.ଡି ଡିଭିଜନଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କଯୋଜନାରେ ଏକକୋଟି ୮ଲକ୍ଷ ଅଣତିରିଶ ହଜାରଟଙ୍କାର ବ୍ୟୟ ଅଟକଳରେ ଏକରାସ୍ତା ଏକ କିଲୋମିଟର କୁ ନିର୍ମାଣ କରାଯାଉଥିବା ଜଣାଯାଇଛି ଉକ୍ତ ଆଦିବାସୀ ଗ୍ରାମରେ ମାତ୍ର କୋଡିଏ ରୁ ପଚିସିଟିଘର ଆଦିବାସୀ ଶ୍ରେଣୀର ରହିଛନ୍ତି ସେମାନଙ୍କପାଇଁ ପିଇବାପାଣିର ସୁ ବ୍ୟବସ୍ଥା ବ ନଥିବାବେଳେ ପାଣିପାଇଁ ସେମାନେଡହଳ ବିକଳହେଉଛି ଏକମାତ୍ର ନଳକୂପଉପରେ ଗ୍ରାମବାସୀ ନିର୍ଭରକରିଚାଲନ୍ତି ଏମାନଙ୍କର ଅଧିକାସଂ ଲୋକଙ୍କ ରାସନ କାର୍ଡ ନଥିବାବେଳେ ଅନେକ ସରକାରୀଘର ପାଇବାରୁ ବଞ୍ଚିତ ରହିଛନ୍ତି ମୌଳିକ ସୁବିଧା ସୁଯୋଗରୁ ସରକାରଏମାନଂକୁ ବଞ୍ଚିତ ରଖୁଥିବାବେଳେ ତାଙ୍କଗ୍ରାମ ନାମରେ ଏହି ନୂତନରାସ୍ତା ନିର୍ମାଣ କରିବାର କେତେଦୂରଠିକି ତାହାକାହା ସ୍ୱାର୍ଥବୋଲି ସାଧାରଣରେ ଆଲୋଚନା ଚାଲିଛି. ଏହି ଗ୍ରାମକୁ ଲାଗି କଳା ଗ୍ରାନାଇଟି ପାହାଡ଼ରେ ସହ ସହ ବେଆଇନି ମେଘା କ୍ରସର ସବୁ ଚାଲିଛି ଏହି କ୍ରସର ମାନଙ୍କୁ ଓ ପାହାଡ ମାଫିଆଙ୍କ ପାଇଁ ଉଦିଷ୍ଟ ଏହି ରାସ୍ତା କେବଳ କରାଯାଇଥିବାର ଜଣାଯାଇଛି l କ୍ରସର ଓ ପଥର ମାଫିଆ ଙ୍କ ଓଭରଲୋଡ଼ ମାଲେ ପରିବହନ ପାଇଁ ନିର୍ମାଣ ହେଉଥିବା ଜଣାଯାଏ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦୁଥିବା ପ୍ରଶାସନ ନେତା ମାନଙ୍କ ର ଏହା ଏକ ପ୍ରହସନ ଓ ମାଫିଆଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା କେତେଦୂର ଯଥାର୍ଥ ସେଇପରି ଓତରସର ଠାରୁ ଡଙ୍କାରୀ ରାସ୍ତା ନିର୍ମାଣ ହୋଇଛି l ପାହାଡ ଓ କ୍ରସର ମାଫିଆଙ୍କ ପାଇଁ ଅପରପକ୍ଷରେ ଉକ୍ତ ବ୍ଲକର ଅଞ୍ଜିରା ପଞ୍ଚାୟତର ବାଲିସାହି ଠାରୁ ଗମ୍ବାରୀଆ ରାସ୍ତା ବିଛାଖଣ୍ଡି ପଯ୍ୟନ୍ତ ପାହାଡ ଓ କ୍ରସର ସ୍ଥାନକୁ ଉକ୍ତ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହେଉଛି କାହା ସ୍ୱାର୍ଥରେ l ଉକ୍ତ ଆଦିବାସୀଙ୍କ ଗାଁ ଭିତରକୁ ରାସ୍ତା ନଥିଲାବେଳେ ଉକ୍ତ ରାସ୍ତା କେବଳ ଉଦିଷ୍ଟ ପଥର ବେପାରୀ ଓ କ୍ରସର ମାଫିଆ ମାନଙ୍କପାଇଁ l ସେହିପରି ଚଣ୍ଡିଖୋଲ -ଡ଼ୁବୁରୀ ଟେପନ ନମ୍ବର ଜାତୀୟ ରାଜପଥ ବାଘୁଆଠାରୁ ବଲାଙ୍ଗୀଆ ଆଦିବାସୀ ଗ୍ରାମ ନାମରେ ଲକ୍ଷ ଲକ୍ଷ ଟଙ୍କା ଆରଡ଼ି ବିଭାଗ ‘ପକ୍ଷରୁ ରାସ୍ତା ନିର୍ମାଣ ହେଇଛି l କିନ୍ତୁ ଆଦିବାସୀ ଚଳିବା ତ ଦୂରର କଥା କୁସୁନୁପୁରୁ ପାହାଡ଼ ରିଝଭ ଫରେଷ୍ଟେ ବିଭାଗ ଗ୍ରାନାଇଟି ପାହାଡ଼ ରୁ ଚୋରା ପଥର ଲୁଟ ମାଫିଆ ମାନେ କରୁଥିବା ବେଳେ ବେଆଇନ କ୍ରସର ମାଫିଆ ମାନେ ପ୍ରଶାସନ ଅଡୁଆଳଓ ସରକାର ଦଳର ରାଜନେତା ମାନଙ୍କ ଛାତ୍ରଛାୟା ତଳେ ଚୋରା ବେପାର କରିବା ସହିତ ଏହି ରାସ୍ତାରେ ଓଭରଲୋଡ଼ ଗାଡି ପରି ବହନକରୁଛନ୍ତି ପ୍ରତିବର୍ଷ ଏହି ରାସ୍ତା ଏମାନଙ୍କ ପାଇଁ ଭାଙ୍ଗୁଛି ଓ ଉକ୍ତ ବିଭାଗ ଉତୁକୁଣ୍ଠରେ ରାସ୍ତା ନିର୍ମାଣ କରି ଚାଲିଛି l ଠିକାଦାର ନିମ୍ନ ମାନର କାମ କରି ଫାଇଦାଉଠାଉ ଥିଲାବେଳେ ବିଭାଗୀୟ ଅଧିକାରୀ ମାନଙ୍କ ପିସି କାରବାର ବେଶ ଆରାମରେ ଚାଲିଛି ଏହି ଆଦିବାସୀ ଅଂଚଳ ନିକଟରେ ବଲାଙ୍ଗୀଆ ମୋହୁଲଖଳା, ଢଙ୍କୁଣିଆ, ନୂଆସାହି , ଗୁରୁସାହି, ଗମ୍ବାରିଆ ଅଂଚଳରେ ଥିବ ଆଦିବାସୀ ମାନେ ସରକାରଙ୍କ ମୌଳିକ ସୁବିଧାରୁ ବଂଚିତ ହୋଇଥିଲା ବେଳେ ପ୍ରଶାସନ ନିରବଦ୍ରଷ୍ଟାସାଜିଛି ଅପର ପକ୍ଷରେ ମାଫିଆ ଙ୍କୁ ସହଯୋଗ କରିବାରେ ନିର୍ଣ୍ଣୟକ ଭୂମିକା ଗ୍ରହଣ କରିଥିବା ପରି ଲକ୍ଷୀତ ହୋଇଛି ଏଥିପ୍ରତି ରାଜ୍ୟ ସରକାର ମାନବ ଅଧିକାର. କମିଶନର ଲୋକପାଳ ତଦନ୍ତ କରିବାପାଇଁ ଜନସାଧାରଣରେ ଦାବିହୋଇଛି।
www.sandhannews.com