ରାସ୍ତା ନିର୍ମାଣକୁ କେନ୍ଦ୍ରକରି ମାଡ଼ପିଟ- ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ

Spread the love

ରାସ୍ତା ନିର୍ମାଣକୁ କେନ୍ଦ୍ରକରି ମାଡ଼ପିଟ-

ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ

ବଡଚଣା ୬/୧୨ (ସନ୍ଧାନ ନିିିଉଜ) ବଡ଼ଚଣା ଥାନା ଅନ୍ତର୍ଗତ ସିହା ପଞ୍ଚାୟତ କୋଲହାସିଂ ଗ୍ରାମରେ ଆଜି ଏକ ରାସ୍ତା ନିର୍ମାଣକୁ କେନ୍ଦ୍ରକରି ମାଡ଼ପିଟ ହୋଇଛି । ଏନେଇ ଗୋଟିଏ ଗୋଷ୍ଠି ପକ୍ଷରୁ ପୃଥକ ପୃଥକ ଭାବେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଗ୍ରାମର ଉମେଶ ଜେନା, ନରେନ୍ଦ୍ର ମଲ୍ଲିକ, ଅନିତା ଜେନା ଓ ଲୋଚନି ମଲ୍ଲିକ ପ୍ରମୁଖଙ୍କ ଉପରେ ସେହି ଗ୍ରାମର ଗୋଟିଏ ଗୋଷ୍ଠୀର କେତେଜଣ ବ୍ୟକ୍ତି ବିଭିନ୍ନ କାରଣ ଦର୍ଶାଇବା ସହିତ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହିତ ମାଡ଼ପିଟ କରିଥିବା ନେଇ ନିଜ ନିଜ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଗୋଷ୍ଠି ପକ୍ଷରୁ ରେଣୁବାଳା ବେହେରା ମଧ୍ୟ ପାଲଟା ଅଭିଯୋଗ କରିଥିବା ନେଇ ଥାନା ପକ୍ଷରୁ କୁହାଯାଇଛି । ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ସୁଶୀଲ କୁମାର ନାୟକ କହିଛନ୍ତି ।

Related Posts

About The Author

Add Comment