ବାରିପଦା, 06.12.2020 (ଲିଙ୍ଗରାଜ ପଣ୍ଡା) : ଦାନ୍ତିଆମୁଁହା-ଚିତ୍ରଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ବଡ଼ଜାମବଣି ନିକଟରେ କାର୍ଯ୍ୟରେ ନିୟୋଜିତ ଥିବା ଏକ ମିଲର୍ ମେସିନ(କଂକ୍ରିଟ ଗୋଳାଇ ଢାଳିବା ମେସିନ)ରେ ହଠାତ୍ ନିଆଁ ଲାଗିବା ଯୋଗୁଁ ମେସିନଟି ହୁତ ହୁତ ହୋଇ ଜଳି ଉଠିଥିଲା। ଓଆର-୧୧କେ-୯୨୫୧ ନଂ ବିଶିଷ୍ଟ ଏହି ମେସିନ୍ଟି ଏକ ଖାଲରେ ପଡ଼ିଯିବାରୁ ସଟ୍ ସର୍କିଟ୍ ହୋଇ ଏହି ଅଘଟଣ ଘଟିଥିଲା। ମିଲର୍ ଡ୍ରାଇଭର, ହେଲପର୍ ଓ ଶ୍ରମିକମାନେ ଅଳ୍ପକେ ରକ୍ଷା ପାଇଁ ଯାଇଥିଲେ। ଖବର ପାଇ ବେତନଟୀ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ମେସିନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ରାସ୍ତା କାମ ବେଳେ ଜଳିଗଲା ମେସିନ୍
|
December 6, 2020 |