ରାସ୍ତା କଡର ଛୋଟୁ : ଚା ବିକି ପଢୁଛନ୍ତି ପାଠ,ଆଇଏଏସ ଲକ୍ଷ୍ୟ

Spread the love

ରାଉରକେଲା,୧୭/୧/୨୦୨୦ (ସନ୍ଧାନ ନିଉଜ)  : ବଢି ଭୋର ସକାଳୁ ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକ ଏନଏଚ-୧୪୩ରେ ହାତରେ ଗରମ ଚା’ର ଗ୍ଲାସ ସହ ଦେଖିବାକୁ ମିଳେ ଜଣେ ଯୁବକଙ୍କୁ । ଦୋକାନରେ ପହଂଚିବା କ୍ଷଣି ଗରାଖଙ୍କ ହାତରେ ଥାପି ଦିଅନ୍ତି ଗରମ ଚା’ ଗିଲାସ । ଖରା ହେଉ କି ବର୍ଷା, ହୋଲି ହେଉକି ଦୀପାବଳୀ ସବୁ ସମୟରେ ଆଜକୁ ୧୦ ବର୍ଷରୁ ଉର୍ଦ୍ଧ ହେବ ଏହି ଯୁବକ ଜଣଙ୍କ ଗରାଖଙ୍କୁ ଚା ଯୋଗାଣ କରି ଆସୁଛନ୍ତି । ରାସ୍ତାପାଖ ଦେଇ ଯାତାୟତ କରୁଥିବା ଗରାଖ ମାନଙ୍କୁ ଚା’ ବାଂଟି ନିଜ ପାଠପଢା ଖର୍ଚ୍ଚ ତୁଲାଇଥାନ୍ତି ଏହି ଯୁବକ । ଚା’ ବ୍ରିକି କରିବା ପ୍ରତି ବଦଳରେତାଙ୍କୁ ମିଳେ ମାତ୍ର ୫ ଟଙ୍କା । ମାତ୍ର ଏହି ଟଙ୍କା ତାଙ୍କ ପାଇଁ ଯେପରି ସ୍ୱର୍ବସ୍ୱ, କାରଣ ଏହି ଟଙ୍କାରେ ସେ ତାଙ୍କ କଲେଜ ପାଠ ପଢା ତୁଲାଇଥାନ୍ତି । ଏହି ଯୁବକ ଜଣଙ୍କ ହେଉଛନ୍ତି ଦକ୍ଷିଣ ରାଉରକେଲା ଅଂଚଳର ପ୍ରଦୀପ ଲାଲଙ୍କ ସାନପୁଅ ବିଶ୍ୱନାଥ ଲାଲ ଓରଫ ଛୋଟୁ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା କାରଣରୁ ୨୦ବର୍ଷର ଯୁବ ବୟସରେ କଲେଜରେ ପାଠ ପଢିବାଲାଗି ନିଜ ଚା’ ଦୋକାନ ଖଣ୍ଡିକରେ ବାପାଙ୍କୁ ସାହାର୍ଯ୍ୟ କରିଥାନ୍ତି । ଯେତେବେଳେ ବିଶ୍ୱନାଥଙ୍କୁ ୮ବର୍ଷ ବୟସ ହୋଇଥିଲା. ସେହି ସମୟରୁ ସେ ବାପା ପ୍ରଦୀପଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ବାପା କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ସାରନଗରୀ ମଡ଼ର୍ଣ୍ଣ ଇଣ୍ଡିଆ ସ୍ଥିତ ଗାନ୍ଧି ବିଦ୍ୟାଳୟରୁ କଷ୍ଟସାଧ୍ୟେ ମାଟ୍ରିକ ପାହାଚ ଚଢିବା ପରେ ବର୍ତମାନ ବିଶ୍ୱନାଥ ଯୁକ୍ତ ତିନି ବାଣିଜ୍ୟରେ ଗାନ୍ଧି ମହାବିଦ୍ୟାଳୟରେ ଅଧ୍ୟୟନରତ । ପାଖରେ ସମ୍ଭଳ ନଥିବା କାରଣରୁ ଦିନରେ ଚା’ ଦୋକାନ ସମ୍ଭାଳୁଥିବା ବେଳେ ବଳକା ସମୟ ପାଠରେ ଅତିବାହିତ କରନ୍ତି । ବଡ଼ଭାଇ ଅରୁଣ ଲାଲଙ୍କ ମାଟ୍ରିକ ପାଠରେ ଡୋରି ବନ୍ଧା ସରିଥିବା ବେଳେ, ସେ ଅଟୋ ଚଳାଇ ପରିବାର ପାଇଁ ଦୁଇ ପଇସା ରୋଜଗାର କରୁଛନ୍ତି । ସାନଭାଇର ଆଇଏଏସ ହେବା ଲକ୍ଷ୍ୟ ଥିବା ହେତୁ ସେଖୁବ ଖୁସି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ସାନଭଉଣୀ ମଧ୍ୟ ବିଶ୍ୱନାଥଙ୍କୁ ପ୍ରେରଣା ଯୋଗାଇଥାନ୍ତି । ଏବେ ଖାଲି ଦେଖିବାକୁ ବାକି ରହିଲା ରାସ୍ତା କଡ଼ର ଏହି ଯୁବକ ଛୋଟୁଙ୍କ ଆଇଏଏସ ଲକ୍ଷ୍ୟ  ସ୍ୱପ୍ନ କେବେ ପୂରଣ ହେବ ?

Related Posts

About The Author

Add Comment