ରାସ୍ତାରେ ଝୋଟି ଓ ମୁରୁଜ ପକାଇ ପ୍ରତିବାଦ

Spread the love

ବାରିପଦା, ୨୭/୧୧(ଲିଙ୍ଗରାଜ ପଣ୍ଡା): ଦୀପତଳ ଅନ୍ଧାର ପରି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି ବାରିପଦା ସହର ଉପକଣ୍ଠ ରେ ଥିବା ଚିପଟ ଅସ୍ଥିଆ ଗାଁ  ବାରମ୍ବାର ଦାବି ସରେ। ଯେତେବେଳେ ପ୍ରଶାସନ ଶୁଣିଲାନି ସେତେବେଳେ ବାଧ୍ୟ ହୋଇ ଚିପଟ ଅସ୍ତିଆ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଓ ବିକ୍ଷୋଭ ଦେଇଥିବା ଦେଖିବାକୁ ମିଳିଛି  ୯ ଦଫା ଦାବି ନେଇ ଏକ ନିଆରା ଢଙ୍ଗରେ ମହିଳା ମାନେ ରାଜରାସ୍ତାରେ ଝୋଟି ଓ ମୁରୁଜ ଆଙ୍କି ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରିଛନ୍ତି  ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ର ଶାମାଖୁଣ୍ଟା ବ୍ଳକ ଅନ୍ତର୍ଗତ ଚିପଟଅସ୍ତିଆ ଗ ଗ୍ରାମ ଲୋକେ ବିଭିନ୍ନ ସମୟରେ ନିଜର ଅସୁବିଧା ସଂପର୍କରେ ପ୍ରଶାସନକୁ ନିଜର ଗୁହାରି ଜଣାଇ ଆସୁଥିଲେ ମଧ୍ୟ ପ୍ର ଶା ସ ନ ତ ର ଫ ରୁ କେବଳ ତୁଛା ଆଶ୍ୱାସନା ପାଇ ଆସୁଥିଲେ ଜିଲ୍ଲାର ଅଗ୍ରଣୀ ସାମାଜି କ ଅ ନୁଷ୍ଠାନ ‘ଜାଗ ମୟୁରଭଞ୍ଜ ଜାଗ’ର ପ୍ରତ୍ୟକ୍ଷ ପରିଚାଳନାରେ ଗ୍ରାମର ଶତାଧିକ ମହିଳା ଗୁରୁ ବାର ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ ମହିଳା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଝୋଟି ଓ ମୁରୁଜ ପକାଇ ରାସ୍ତା ଅବରୋଧ କରି ନିଆରା ଢଙ୍ଗରେ ନିଜର ଦାବି ଉପସ୍ଥାପିତ କରିଛନ୍ତି  ୯ ଦଫା ଦାବି ମଧ୍ୟରେ ଅଧିବାସୀ ମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଯୋଗ୍ୟ ହିତାଧିକାରୀଙ୍କୁ ଇନ୍ଦିରା ଆବାସ ବା ବିକୁ ପକ୍କାଘର,  ସ୍ଵଚ୍ଛ ଭାରତ ମିଶନ ରେ ଆସୁଥିବା ତୁରନ୍ତ ପାଇଖାନା ପ୍ରଦାନ, ହିତାଧିକାରୀଙ୍କୁ ନିଜ ଗ୍ରାମରେ ରାସନ ଏବଂ ଭତ୍ତା ପ୍ରଦାନର ବ୍ୟବସ୍ଥା ହେଉ, ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦିଆଯାଉ, ପିଇବା ପାଇଁ ଲୋକଙ୍କୁ ବିଶୁଦ୍ଧ ପାଣି , ଗ୍ରାମର ସ୍ୱଚ୍ଛତା ପାଇଁ କେନାଲ ଓ ଡଷ୍ଟବିନ୍ ର ବ୍ୟବସ୍ଥା କରାଯାଉ , ଏହା ସହ ଚିପଟଅଣ୍ଡିଆ ଗ୍ରାମକୁ ମ୍ୟୁନିସିପାଲିଟି ରେ ସାମିଲ କରାଯାଇ ସମସ୍ତ ସରକାରୀ ଯୋଜନା ପ୍ରଦାନ କରାଯିବା ଦାବିରେ  ମହିଳା ମାନେ ଝୋଟି ଓ ମୁରୁଜ ପକାଇ ଦାବି ଉପସ୍ଥାପିତ କରିଥିଲେ । ଏ ସଂପର୍କରେ ଜାଗ ମୟୂରଭଞ୍ଜ ଜାଗର ସଦସ୍ୟା ସୋନାଲୀ ପ୍ରିୟ ଦର୍ଶିନୀ ବେହେରା କହିଛନ୍ତି ଯେ, ସ୍ବାଧିନତାର ଦୀର୍ଘ ୭୨ ଅ ବର୍ଷ ପରେ ମଧ୍ୟ ବାରିପଦା ସହର ନିକଟରେ ଥିବା ଚିପଟ ଅସ୍ତିଆ ଗାଁ, ଦୀପତଳ ଅନ୍ଧାର ଭଳି ରହି ଥିବାରୁ ସଂଗଠନ ପକ୍ଷରୁ ଏହାରି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Related Posts

About The Author

Add Comment