ରାସ୍ତାରେ ଓଲଟିଲା ୧୦୮ ଆମ୍ବୁଲାନ୍ସ

Spread the love
ବଲାଙ୍ଗୀର, ୦୩/୧୨ (ସନ୍ଧାନ ନିୟୁଜ୍) ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଆମ୍ବୁଲାନ୍ସରେ ଚାଳକଙ୍କ ସହ ଜଣେ ଫାର୍ମାସିଷ୍ଟ ଥିଲେ। ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ।
ସୂଚନା ଅନୁସାରେ ଆମ୍ବୁଲାନ୍ସଟି ଆଜି ସକାଳେ ରୋଗୀ ଆଣିବା ପାଇଁ ବୀରମହାରାଜପୁରରୁ ବଲାଙ୍ଗୀର ଯାଉଥିଲା। ମାତ୍ର ସେହି ସମୟରେ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଇନଥିଲା। ଫଳରେ ଆମ୍ବୁଲାନ୍ସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

Related Posts

About The Author

Add Comment