କଟକ , ୨୦/୧୨/୨୫ (ସନ୍ଧାନ ନ୍ୟୁଜ ) : ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-୩ର ସମୀକ୍ଷା ବୌଠକ ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୌଠକରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଯୋଜନାରେ ଚାଲିଥିବା ରାସ୍ତା କାମର ମନ୍ଥର ଗତିକୁ ନେଇ ଷ୍ଟାଣ୍ଡିଂ କମିଟି-୨ର ଅଧ୍ୟକ୍ଷ ଆଶିଷ କୁମାର ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ । ତ୍ରିଶୂଳିଆରୁ ବାରଙ୍ଗ , ତ୍ରିଶୂଳିଆରୁ ନରାଜ , ବାଙ୍କୀ ପର୍ଯ୍ୟନ୍ତ ଥିବା ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଠିକ୍ ଭାବେ କରାଯାଉ ନଥିବା ଅଭିଯୋଗ କରାଯାଇଥିଲା । ତଥାପି ତୁରନ୍ତ ଏସବୁ ରାସ୍ତାଗୁଡିକର ମରାମତି ଶୀଘ୍ର ଶେଷ କରାଯିବ ବୋଲି ବୌଠକରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ବଡମ୍ବାର ଗୋପମଥୁରାରେ ବେଙ୍ଗେରିସିଙ୍ଗା ରାସ୍ତା ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ମନ୍ଥରେ ଗତିରେ ଚାଲିଥିବା ବଡମ୍ବାର ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଗୋପମଥୁରାରୁ ଗୋପିନାଥପୁର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇଛି । ବଳକା ରାସ୍ତା ଅତ୍ୟନ୍ତ ଶେଚନୀୟ ରହିଥିବା କୁହାଯାଇଥିଲା । ତଥାପି କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଗୋପିନାଥପୁରକୁ ଟି-ସେତୁ ପର୍ଯ୍ୟନ୍ତ ୨ କିମି ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି ।
ପାନୀୟଜଳ ଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ପରାମର୍ଶ:- ଯେଉଁଥିପାଇଁ ପର୍ଯ୍ୟଟକମାନେ ଭଟ୍ଟାରିକା , ଦେଓଝର , ଇକୋରିଟ୍ରିଟ୍ ଇତ୍ୟାଦିକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଗୁଡିକର ମରାମତି ତୁରନ୍ତ ଶେଷ କରିବାକୁ ଅଧୀକ୍ଷଣ ଯନ୍ତ୍ରୀକୁ କୁହାଯାଇଛି । ମେରା ପାଇପ୍ ୱାଟର ପ୍ରକଳ୍ପ ଶେଷ ହେବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି ବଡମ୍ବାରେ ୧୩୪ ଗ୍ରାମକୁ ଏଥିପାଇଁବଛାଯାଇଥିଲା ବେଳେ ଏବେ ସୁଦ୍ଧା ମାତ୍ର ୭୪ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିଛି । ସେହିପରି ସିଂହନାଥରୁ ଭଟ୍ଟାରିକା ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା , ଗୋପିନାଥପୁରରୁ ଶଙ୍ଖମାରି ନଦୀବନ୍ଧ ରାସ୍ତା କାମ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ କାମ ହୋଇପାରୁ ନଥିବାରୁ ଶ୍ରୀ ସାହୁ ବିରକ୍ତ ହୋଇଥିଲେ । ମଙ୍ଗରାଜପୁରରୁ କାଞ୍ଜିଆପାଳ ବିଜୁ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେଇଥିଲେ । କିନ୍ତୁ ସେତୁ ବନ୍ଧ ଯୋଜନାକୁ ଏହାକୁ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ କାମ ସରୂନି । ତେଣୁ କାର୍ଯ୍ୟ ତ୍ୱରିତ ଭାବେ ଆଗେଇ ନେବାକୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ କୁହାଯାଇଛଇ । ଅନ୍ୟପକ୍ଷରେ ଟିପିସିଓଡିଏଲ୍ ପକ୍ଷରୁ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ମଗାଯାଇଥିବା ବିଷୟକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା ଏଥିପାଇଁ ସଂପୃକ୍ତ ବିଭାଗର ଯନ୍ତ୍ରୀ ଉପସ୍ଥିତ ଥିଲେ ମଧ୍ୟ କେଉଁଥିପାଇଁ ସିକ୍ୟୁରିଟି ଡିପୋଜିଟ୍ ମଗାଯାଉଛି ସେ ନେଇ ଯୁକ୍ତି ଉପସ୍ଥାପନ କରିଥିଲେ । କଟକ ସଦର ଅଂଚଳରେ ବିଭିନ୍ନ ଶ୍ମଶାନରେ ଥିବା ବିଦ୍ୟୁତ୍ ଲାଇଟ୍ ଖୁଣ୍ଟରେ ସୋଲାର ବ୍ୟବସ୍ଥା କରାଇବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ଖରାଦିନେ ଆସୁଥିବାରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା, ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ମଧ୍ୟ ସେ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ରାସ୍ତା,ପୋଲ,ନଦୀବନ୍ଧ ନିର୍ମାଣର ମନ୍ଥର ଗତିକୁ ନେଇ ଅସନ୍ତୋଷ
|
December 20, 2025 |



