ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

Spread the love

ଯାଜପୁର/ମଞ୍ଜୁରୀ ରୋଡ/ସନ୍ଧାନ ନ୍ୟୁଜ: ରବିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିବେକାନନ୍ଦ ଯୁବ ସଂସଦ ତରଫରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦାସ ସଭାପତିତ୍ବରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ପ୍ରଜ୍ଞାଦୀପ୍ତ ପ୍ରତିଭା, ସ୍ପଷ୍ଟ ଓ ନିର୍ଭୀକ ବାଣୀ ମନକୁ ଆନ୍ଦୋଳିତ କରେ, ଶରୀରରେ ଶିହରଣ ସୃଷି କରେ ତଥା ଚେତନାକୁ ଜାଗ୍ରତ କରେ | ଶ୍ରୀମଦ୍ ଶଙ୍କରାଚାର୍ଯ୍ୟଙ୍କ ପରେ ଏତେ କମ୍ ବୟସରେ ମଣିଷର ମନ-ମସ୍ତିଷ୍କରେ ଏକ କ୍ରାନ୍ତିର ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ବୋଧହୁଏ ବିବେକାନନ୍ଦ ହିଁ ସର୍ବମାନ୍ୟ ସନ୍ୟାସୀ ଥିଲେ ବୋଲି ସ୍ଵାମୀ ବିବେକାନନ୍ଦ ମଠ, କୁଲଣା ର ମଠାଧୀଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ବାମୀ ରାମେଶ୍ବରାନଦ ମହାରାଜା କହିଥିଲେ । ମୂଖ୍ୟ ବକ୍ତା ଭାବରେ ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ପ୍ରଭାରୀ ଅଧ୍ୟାପକ ଶ୍ରୀଯୁକ୍ତ ବିନାୟକ ଘୋଷ ବିବେକାନନ୍ଦଙ୍କ ଭାଗବତ ଦର୍ଶନ ଓ ସାମାଜିକ ଦର୍ଶନ ବିଷୟରେ ଆଲୋଚନା ରଖିଥିଲେ । ଉତ୍କଳ ଓ କଳା ସଂସ୍କୃତି ପ୍ରତିଷ୍ଠାନ ତରଫରୁ ପୂର୍ବରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଚିତ୍ରଶିଳ୍ପୀ ଶ୍ରୀ ଗଜେନ୍ଦ୍ର ସାହୁ ମାନପତ୍ର ସହ ପୁରସ୍କୃତ କରାଇଥିଲେ। ନାଆଁମୀ ମହାବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ଅଧ୍ୟାପକ ଡଃ ଶଶଧର ସାହୁ ସଭାକୁ ସଂଯୋଜନା କରୁଥିବା ବେଳେ । ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ତପନ କୁମାର ସାହୁ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ କରାଇଥିଲେ। ଅଧ୍ୟାପକ ଡଃ ପ୍ରଫୁଲ୍ଲ ପଣ୍ଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ହରିଶ୍ଚନ୍ଦ୍ର ଜେନା , ପ୍ରସାନ୍ତ ନାୟକ ସମେତ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ଶତାଧିକ ଛାତ୍ରଛାତ୍ରୀ ତଥା ଅବିଭାବକମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଇଥିଲେ।

Related Posts

About The Author

Add Comment