ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

Spread the love
ଭୁବନେଶ୍ୱର , ୧୬/୦୫ (ସନ୍ଧାନ ନିଉଜ) ବର୍ଷିଆନ୍‌ ସ୍ଵାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଜନ୍ମମାଟିରେ ହୋଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ସ୍ଵର୍ଗତ ପଟ୍ଟନାୟକଙ୍କ ମରଶରୀର ପୈତୃକ ଗ୍ରାମ ଗଡ଼ଅଣ୍ଡିଆଠାରେ ପହଞ୍ଚିବା ପରେ ଏକ ଶୋକାକୁଳପରିବେଶ ସୃଷ୍ଟି ହୋଇଥିଲା। ଶୋଭାଯାତ୍ରାରେ ମରଶରୀରକୁ କୁଶଭଦ୍ରା ନଦୀ କୂଳରେ ଥିବା ଗ୍ରାମ ଶ୍ମଶାନକୁ ନିଆଯାଇ ସେଠାରେ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ସୁବାସ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ସାନପୁଅ ସୁରେଶ ପଟ୍ଟନାୟକ ଓ ୩ ଝିଅ ଉପସ୍ଥିତ ଥିଲେ।

Related Posts

About The Author

Add Comment