ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ କନ୍ଧମାଳ ଶାଖା ତରଫରୁ ଦାବୀ ପତ୍ର ପ୍ରଦାନ

Spread the love
ବାଲିଗୁଡା,୨୦/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ବୈଷିକ ମହାମାରୀ କରୋନା ହେଉ କି ଯେକୌଣସି ପ୍ରାକୃତିକ ବିପର୍ଯ୍ୟାୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି lସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର ମଧ୍ୟବିତ୍ତ ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ ନକରିବା, ସେମାନଙ୍କ ପ୍ରତି ପକ୍ଷପାତିତା କରିବା ଦ୍ୱାରା ଏହି ବର୍ଗର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି ଏହା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ଏକ ଭୟଙ୍କର ସରକାରୀ ଷଡଯନ୍ତ୍ର l ମଧ୍ୟବିତ୍ତ ବର୍ଗଙ୍କ ଜୀବନ ଜୀବିକାଙ୍କୁ ସୁରକ୍ଷିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ମହାସଂଘ ପକ୍ଷରୁ ଦାବି ହୋଇଛି l ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ନିର୍ଦେଶ କ୍ରମେ ମହାସଂଘର କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ସିଂ ପାତ୍ର, ଜିଲ୍ଲା ସଭାପତି ମକରଧ୍ୱଜ ନାୟକ ଓ କ୍ଷେତ୍ରୀୟ ପ୍ରଭାରୀ ପ୍ରତାପ ମଳିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦେଶ୍ୟରେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ   ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

Related Posts

About The Author

Add Comment