ରାଇରଙ୍ଗପୁର, ୦୨/୧୧/୨୦୨୧ (ସନ୍ଧାନ ନିଉଜ) :- ମୟୂରଭଞ୍ଜ ଜିଲ୍ଲା ବାହଳଦା ବ୍ଲକ ନେହେରୁ ଯୁବ ଭଲେନଟିଅର ଭିମସେନ ପାତ୍ର ଏବଂ ରାହୁଲ ପାତ୍ରଙ୍କ ତତ୍ଵାବଧାନ ରେ ଆଜି ବହଳଦା ବ୍ଲକ ର ଅସନା ଗ୍ରାମ ପଞ୍ଚାୟତ ର ଟାଙ୍ଗରଯୋଡ଼ା ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରକୁ 20 ଜଣ ସେଛାସେବକ ସଫେଇ କାର୍ଯ୍ୟ କୁ ସମାପନ କରିଥିଲେ । l ଏହି ସଫେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଦୀପକ କୁମାର ବେହେରା,ଆଶିଷ ଦଳେଇ,ଅମଲ ବାରିକ,ଆଶୁତୋଷ ଦଳେଇ,ଅରୁଣ ଦଳେଇ,ନୀତିଶ ଦଳେଇ, ମୋନଜ ଦଳେଇ, ଚିତ୍ରସେନ ଦଳେଇ ଭାଲେନଟିଅର ମାନେ କାର୍ଯ୍ୟ କୁ ସଫଳ କରିଥିବାରୁ ଜନ ସାଧାରଣ ଙ୍କ ପ୍ରିୟ ପାତ୍ର ହୋଇଥିବା ଜଣାପଡିଥିଲା
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
|
November 3, 2021 |



