ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ପାଇଲେ ଓଡ଼ିଆ ପୁଅ ଅଂଶୁମାନ

Spread the love

ଜଳେଶ୍ବର, ୨୦/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଓଡ଼ିଆ ପୁଅ ଅଂଶୁମାନ କାମିଳା ପୁଣି ଥରେ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି ।‌ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍ (ଆଇଇଏସ) ର ଫାଉଣ୍ଡେସନ କୋର୍ସରେ ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମ ଲାଗି ଅଂଶୁମାନଙ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।ସେ ୨୦୧୯ରେ ସମଗ୍ର ଭାରତରେ ଇଣ୍ଡିଆନ୍ ଇକୋନୋମିକ ସର୍ଭିସ୍ (ଆଇଇଏସ) ପରୀକ୍ଷାରେ ଟପର ହୋଇଥିଲେ। ଅଂଶୁମାନ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୋରମରା ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ନରେନ୍ଦ୍ର ନାଥ କାମିଳା ଓ ସୁବାସିନୀ କାମିଳାଙ୍କ ନାତି । ଭାରତ ସରକାରଙ୍କ ଡାକ ବିଭାଗର ନୂଆଦିଲ୍ଲୀ ସ୍ଥିତ ପୋଷ୍ଟାଲ ସର୍ଭିସେସ ବୋର୍ଡର ସଭ୍ୟ ( ଆଡମିନିଷ୍ଟ୍ରେସନ) ସନ୍ତୋଷ କୁମାର କାମିଳା ଓ ଉତ୍କଳ ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସରତଥା ବିଶିଷ୍ଟ ଗାୟିକା ମିତାଲୀ ଚିନାରାଙ୍କ ଏକମାତ୍ର ପୁଅ । ପୂର୍ବରୁ ଅଂଶୁ ମାନ ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ରୂପେ ୧ ବର୍ଷ ଚାକିରି କରିଥିଲେ । ପରେ ଆଇଇଏସ କ୍ୟାଡରରେ ନୂଆଦିଲ୍ଲୀଠାରେ ଅଫିସର ରୂପେ ଗତ ୨୦୨୦ ଅଗଷ୍ଟ ୩ରେ ଯୋଗ ଦେଇଥିଲେ । ସେ ଗତ ଅକ୍ଟୋବର‌୧୨ ତାରିଖରେ ମସୌରୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନକୁ୯୫ତମ ଫାଉଣ୍ଡେସନ କୋର୍ସ ଟ୍ରେନିଂ ପାଇଁ ଯାଇଥିଲେସେଠାରେ ଟ୍ରେନିଂ ନେଉଥିବା ବେଳେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରଥମ୧୦ଜଣଙ୍କ ମଧ୍ୟରେ ସୁଯୋଗ ପାଇ ଉଚ୍ଚ ପ୍ରଶଂସିତହୋଇଥିଲେ । ଡିସେମ୍ବର ୧୮ ସନ୍ଧ୍ୟାରେ ଫାଉଣ୍ଡେସନକୋର୍ସ ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥ ରୂପେ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ‌ଏକମାତ୍ରଯୋଗଦେଇ ଭଟୁଆଲ ମୋ ଅଂଶୁମାନଙ୍କୁ ମର୍ଯ୍ୟାଦା  ରିଜର୍ଭ ଜନକ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ, ଡାଇରେକ୍ଟର ଗୋଲ୍  ୧ ବର୍ଷ ମେଡାଲ ଓ ଅନ୍ୟ ଏକ ଡି କୋର୍ସ ମେଡାଲ ପ୍ରଦାନ ଡରରେ କରିଛନ୍ତି । ଏହି ଫାଉଣ୍ଡେସନ କୋର୍ସରେ ୪୨୮ଜଣ  ଅଗଷ୍ଟଅଧିକାରୀ ପ୍ରଶିକ୍ଷଣ ନେଉଥିଲେ । ଏହି ସଫଳତା ପାଇଁ ଅକ୍ଟୋବର ସମଗ୍ର ପଞ୍ଚାୟତରେ ଖୁସିର ଲହରି ଖେଳିଯାଇଛି ର ଶାସ୍ତ୍ରୀ ସଫଳତାର ଶ୍ରେୟ ପିତା- ମାତା, ଗୁରୁଜନ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି ଅଂଶୁମାନ ।

Related Posts

About The Author

Add Comment