ରାମ ସେତୁ ପର୍ଯ୍ୟନ୍ତ ନିର୍ମିତ ହେବ ରେଳ ଲାଇନ୍, ମଞ୍ଜୁରୀ ଦେଲେ ସରକାର

Spread the love

ନୂଆଦିଲ୍ଳୀ, ୨୬।୧୨ (ସନ୍ଧାନ ନିୟୁଜ)  :  ତାମିଲନାଡୁର ଧନୁଷକୋଡ଼ି ରେଳପଥକୁ  ରାମ ସେତୁ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ରାମ ସେତୁକୁ ଆଦମ୍‌ସ ବ୍ରିଜ୍‌ ନାମରେ ବି ଲୋକେ ଜାଣନ୍ତି। ରାମେଶ୍ୱରମ୍‌ରୁ ନେଇ ଧନୁଷକୋଡ଼ି ପର୍ଯ୍ୟନ୍ତ ୧୮ କିଲୋମିଟରର ଏହି ରେଳ ଲଇନକୁ ରାମ ସେତୁ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ସୂଚନା ରହିଛି।

୨୦୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ନୂଆ ରେଳ ଧାରଣା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ ବି ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଖୁବ୍‌ ଶୀଘ୍ର ଭାରତୀୟ ରେଳବାଇ ଏହି ପ୍ରକଳ୍ପରେ କାମ ଆରମ୍ଭ କରିବାକୁ ଯାଉଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ପ୍ରକଳ୍ପରେ ଆସନ୍ତା ମାସ ଆରମ୍ଭରୁ କାର୍ଯ୍ୟାରମ୍ଭ ହୋଇପାରେ। ଏ ସଂପର୍କିତ ସବିଶେଷ ତଥ୍ୟ ପ୍ରକାଶ କରାଯିବ।

ସରକାର ରେଳ ଲାଇନ୍ ସହିତ ପୋଲ ନିର୍ମାଣ କାର୍ଯ୍ୟକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏହି ପୋଲରେ ୨୫୦ କୋଟି ଖର୍ଚ ହେବ ବୋଲି ବ୍ୟୟ ଅଟକଳ ହୋଇଛି। ଏହି ପୋଲର ଉଚ୍ଚତା ରହିବ ପ୍ରାୟ ୩ ମିଟର।

Related Posts

About The Author

Add Comment