ରାମନାଗୁଡା ବ୍ଳକ ନିକଟରେ ଟ୍ରାଫିକ ଆଉଟ ପୋଷ୍ଟ ଓ ସ୍ପୀଡ ବ୍ରେକର ନିମାଣ ପାଇଁ ଦାବି 

Spread the love
ରାମନାଗୁଡା :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ରାମନାଗୁଡା ମୁଖ୍ୟ ଛକ ,ରାସ୍ତା ସାଇଡ ରେ ଥିବା ବିଦ୍ୟାଳୟ ,ଏବଂ ଜନ ଗହଳି ,ଚେକ ଗେଟ ନିକଟରେ ଆଉଟ ପୋଷ୍ଟ ସ୍ପୀଡ ବ୍ରେକର ନିମାଣ ପାଇଁ ରାମନାଗୁଡା ଜନସାଧାରଣ ପକ୍ଷରୁ ଦାବି ହେଉଛି ।ସେହିପରି ରାମନାଗୁଡା ମୁଖ୍ୟ ରାସ୍ତା ଦେଇ ବଡ ବଡ ଟ୍ରେଙ୍କର ଭାରିଯାନ ଚାଲିବା ଫଳରେ ଏକ ପ୍ରକାର ଟ୍ରାଫିକ ଜାମ ପରିସ୍ତିତି ସୃଷ୍ଟି ହୋଉଛି ।ସେହିପରି ରାମନାଗୁଡା ମୁଖ୍ୟ ଛକ ନିକଟରେ ଆନ୍ଦ୍ର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶହଶହ ଭାରିଯାନ ଯିବା ଫଳରେ ଲୋକମାନେ ନାହିନଥିବା ଅସୁବିଧା ହେଉଥିବା ବେଳେ ରାମନାଗୁଡା ଆଉଟ ପୋଷ୍ଟ ପାଖରେ ଥିବା ଏକ ବେସରକାରୀ ଶିଶୁ ବିଦ୍ୟା ମଦ୍ଦିର ଥିବା ଯୋଗୁଁ ସେଠାରେ ମଧ୍ୟ ଛୋଟ ପିଲା ମାନେ ଜିବାଆସିବା କରିବା ସମୟରେ ବଡ ବଡ ଭାରିଯାନ ଜାଉଥିଲେ ମଧ୍ୟ ସେଠାରେ ସ୍ପୀଡ ବ୍ରକର କରିବା ପାଇଁ ପିଲା ମାନଙ୍କ ବାପା ଏବଂ ମାଁ ଅଭିଯୋଗ କରିଛନ୍ତି ।ମୁଖ୍ୟ ବଜାର  ଉଠା ଦୋକାନ ବଜାର ବସିଥିବା ରୁ   ରାସ୍ତା ର ଦୁଇ ପାଶ୍ୱରେ ଗାଡି ମଟର ପାରକିଗଂ ସୁବିଧା ନଥିବାରୁ ରାସ୍ତାରେ ଗାଡ଼ି ରହୁଛି ଯୋଦ୍ୟାରା ରାସ୍ତା ଜାମ ହେବା ସହ ବହୁତ ଦୂଘଟଣା ଘଟୁଛି ।ସେହିପରି ମୁଖ୍ୟ ରାସ୍ତା  ଦୁଇ ପାସ୍ୱରେ  ଡ୍ରେନେଜ କାର୍ଯ୍ୟ  ଅତିଶିଘ୍ର ସରାଇବା ପାଇଁ ଦାବି ହୋଇଆସୁଥିବା ବେଳେ ଠିକାଦାର ଓ ଯନ୍ତ୍ରୀ କଂ ମଧୁ ଚଦ୍ରିକା ଯୋଗୁଁ ଉକ୍ତ ରାସ୍ତା ନିମାଣ କାର୍ଯ୍ୟ ଅଗ୍ରଗତି ହୋଇପାରୁନଥିବାଯୋଗୁଁ ଗ୍ରାମ ଲୋକମାନେ ହୋଇରାଣ ହରକତ ହେଉଛନ୍ତି ।ଏଥିମଧ୍ୟରେ ଟିକିଏ ବରଷା  ହେଲେ କଲଭଟ କାଯ୍ୟ ଅଧପନ୍ତରିଆ ହୋଇଥିବାରୁଏକ ମାଟିରେ ତିଆରି ଅପ୍ରଚ ରାସ୍ତା ଯାହାକି ଟିକିଏ ବରଷା ହେଲେ ପାଣି ଜମି କାଦୁଅରେ ଯିବାକୁ ପଡେ ସେହିବାଟଦେଇ ବିଦ୍ୟାଳୟ କୁ କୁନି କୁନି ପିଲାମାନେ ସ୍କୁଲକୁ ଯିବା ସମୟରେ ସେଠାରେ ଜମିରହୁଥିବା କାଦୁଅ ପାଣି ତାଙ୍କ ଡ୍ରେସ ରେ ପଡୁଥିବା ନଜରକୁ ଆସିଛି ।ରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଥିବାଏଭଳି କାର୍ଯ୍ୟ ପାଇଁ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାଢ଼ୀ କୁଂ ଦାଇ କରିଛନ୍ତି । ଅନ୍ୟପକ୍ଷରୁ ବେପାରୁଆ ଗାଡିଚାଳନା ଯୋଗୁଁ ମୁଖ୍ୟ ରାସ୍ତା ରେ  ଦୁଃଘଟଣା ଘଟୁଛି ।ଗ୍ରାମ ଲୋକମାନେ ଉଠା ଦୋକାନ ମାନଙ୍କ ପାଇଁ ଏକ ପରିବା ବଜାର କରିବା ପାଇଁ ଏବଂ ଚାରି ଚକିଆ ଗାଡି ମଟର ଗାଡି ରଖିବା ପାଇଁ ପାରକିଗଂ ବେବସ୍ତା କରାଯାଉବୋଲି ଗ୍ରାମ ଲୋକମାନେ ଅଭିଯୋଗ କରିଛନ୍ତି ।କିନ୍ତୁ ଏହି ଦିଗରେ କଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।ଯଥାସିଘ୍ର ଉପରୋକ୍ତ ଦାବି ପୂରଣ କରିବା ପାଇଁ ଚଚ୍ଚା ଯୋର ଧରିଛି

Related Posts

About The Author

Add Comment