ଯାଜପୁର, ୧୯/୦୪ (ସନ୍ଧାନ ନିଉଜ) ଗ୍ରୀଷ୍ମ ଅବକାଶ ବଢ଼ିବା ସହିତ କରୋନା ମହାମରୀ ପ୍ରକୋପ ବଢ଼ିବାରେ ଲାଗିଛି । ଏପରକି ରାଜ୍ୟରେ ସପ୍ତାହକ ସଟ ଡାଉନବି ଆରମ୍ଭ ହେଲାଣି । କିନ୍ତୁ ଏହା ଭିତରେ ଦେଖାଦେଲାଣି ଜଳ ଯାତନା । ଅନେକ ସ୍ଥାନରେ ପାଣି ଟୋପାଏ ପାଇଁ ଡହଳ ବିକଳର ଚିତ୍ର ଦୃଶ୍ୟମାନ ହେଲାଣି । ବିଶେଷତଃ ଯାଜପୁର ଜିଲ୍ଳାର ହରିଦାସପୁର ଗଢ଼ି ଉଠିଥିବା ବୃହତ ସିମେଂଟ କାରଖାନା ରାମୋକ ପାଇଁ ଏହାର ଆଖପାଖ ୫ଟି ପଂଚାୟତରେ ଜଳ ଯାତାନା ସୃଷ୍ଟି ହୋଇଛି । ବିଶାଳ ୧୭ମ୍ରେଟିକ ଟନ କ୍ଷମତା ସହିତ ୪ମେଟ୍ରିକ ଟନ ଗ୍ରାଇଣ୍ଡିଙ୍ଗ ମେସିନ କାର୍ଯ୍ୟକ୍ଷମ କରୁୁଛି ରାମକୋ ସିମେଂଟ କାରଖାନା । ଏହା ପାଇଁ ଆବଶ୍ୟକ ଭୂତଳ ଜଳକୁ ବୋରିଂ କରି ନେଉଛି । ଯାହା ପାଇଁ ରାମକୋ ଗଢ଼ିଉଠିଥିବା ପାଖଆଖ ୫ଟି ପଂଚାୟତରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏପରକି ଗାଁ ଗଣ୍ଡାର କୂଅ ପୋଖରୀ ଶୁଖିବାକୁ ବସିଛି । ଗ୍ରୀଷ୍ମ ଅବକାଶ ପୂର୍ବରୁ କେନ୍ଦ୍ରୀୟ ଯୋଜନାର ବୃହତ ଜଳ ଯୋଜନା କରାଯାଇ ଗ୍ରାମକୁ ପାଇପ ଲଗାଇ ଦେଇ ଗ୍ରାମବାସୀଙ୍କ ପାଖରୁ ୫୦ଟଙ୍କା ଲେଖାଏଁ ଆଦାୟ କରିନେଇ ଛୁ ମାରିଛି ଏହାକୁ ନେଇଥିବା ଠିକାସଂସ୍ଥା । ଖୁବ ଶୀଘ୍ର ପାନୀୟ ଜଳ ପ୍ରତି ଘରକୁ ଯୋଗାଇ ଦିଆଯିବ କହି ଟଙ୍କା ନେଇ ପଳାଇଛି । ଏପରକି ଏହା ଏକ କେନ୍ଦ୍ରୀୟ ଯୋଜନାରେ ୬ଶହ କୋଟି ଖର୍ଚ୍ଚ ବ୍ୟାୟ ବରାଦ ରହିଥିବା ବେଳେ ପୁଣି ଗ୍ରାମବାସୀଙ୍କ ପକ୍ଷରୁ କଣ ପାଇଁ ପଇସା ଆଦାୟ କରାଯାଉଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି । ଅନ୍ୟପଟରେ ଯେଉଁ ଅଂଚଳରେ କୌଣସି ପ୍ଲାଣ୍ଟ ସ୍ଥାପନ ହେବ ତାହାର ୫କିମି ବ୍ୟସଦ୍ଧ ବିଶିଷ୍ଠ ଅଂଚଳରେ ସମସ୍ତ ପରିବାରକୁ ମୌଳିକ ସୁବିଧା ଯଥା ପାନୀୟ ଜଳ, ବିଦ୍ୟୁତ, ଚାରା ରୋପଣ, ରୋଜଗାର ଆଦି ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ନିୟମ ରହିଥିବା ବେଳେ ରାମକୋ କର୍ତ୍ତୁପକ୍ଷର ଏସବୁରୁ ଯେମିତି ତାର କର୍ତ୍ତବ ନୁହେଁ ବୋଲି ଭାବି ନେଇଛି । ଯାହା ଫଳରେ ନିଜର ସ୍ୱାର୍ଥ ସାଧନ ପାଇଁ ଅଂଚଳରରେ ସମସ୍ତ ଗରିବ ମାନଙ୍କ ପାଇଁ କାଳ ସାଜିଛି । ଏହି ଅଂଚଳର ଆରୁହା, ହରିଦାସପୁର, ଥାନୁଆଳ, ମୁରାଲୀପୁର, ଶ୍ରୀବନ୍ତପୁର, କୋଶଳିଆ, କଂଚିଆ, କଦଳା, ଆଦି ଅଂଚଳର କୁଅ ପୋଖରୀ ଶୁଖିଲା ପଡିଥିବା ବେଳେ ଅନେକ କୂଅରେ ସମାନ୍ୟ ପାଣି ରହିଛି । ଗତବର୍ଷ ତୁଳନାରେ ଏପର୍ଷ ଭୂତଳ ଜଳ ୨ଫୁଟରୁ ୫ଫୁଟ ତଳକୁ ଖସିଯାଇଛି । ଏହା ଫଳରେ ପାଣି ପାଇଁ ସ୍ଥାନୀୟ ଅଚଂଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦିଓ ହରିଦାସପୁର ଓ ଅନ୍ୟ କେତକ ପଂଚାୟତରେ ପାନୀୟ ଜଳ ଯୋଗାଣ କରାଯାଉଛି ତାହାବି ନିଅଂଟ ପଡୁଛି । ସେହିପରି ହରିଦାସପୁର ସଂଲଗ୍ନ ନେଉଳପୁର ପଂଚାୟତର କଦଳା ଗ୍ରାମର ପ୍ରୟତଃ କୂଅ ଗୁଡିକ ଶୁଖିଯାଇଥିବା ଦେଖବାକୁ ମଳିଛି । ଏପରକି ବ୍ୟବହାର କରାଯାଉଥିବା ଏହି ପାଣି ସୁଦ୍ଧ ପିଇବା ଉପଯୋଗୀ ହୋଇ ନଥିବା ବେଳେ ବହୁବାର ପାଣି ପାଇଁ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତ ରାୟ, ବ୍ଲକ ଏବଂ ପଂଚାୟତ ସ୍ତରର ନେତାମାନଙ୍କୁ ଭେଟି ସୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଦାବି ହୋଇଥିଲେ ମଧ୍ୟ ତାହା ଏପ୍ରର୍ଯ୍ୟନ୍ତ କରାଯାଇନାହିଁ । ବ୍ଲକ ପ୍ରଶାସନ ତୁରନ୍ତ ଏହାର ସମାଧାନ ପାଇଁ ବିଧାୟକଙ୍କ ପରାମର୍ଶରେ ସାରୋଇ ବରୁଂରୁ ପାଇପ ଲାଇନ ଯୋଗେ ପାନୀୟଜଳ ଯୋଗାଇବାକୁ କୁହାଯାଇଥିଲେ ସୁଧା ତାହା ଏପ୍ରର୍ଯ୍ୟନ୍ତ ହୋଇନାହିଁ । ଫଳରେ ଏବେଠାରୁ ପାଣିକୁ ନେଇ ଯେଉଁ ସମସ୍ତ୍ୟ େଏଠାରେ ଉତ୍ପନ୍ନ ହେଲାଣି ଆଇ ମାତ୍ର ଦୁଇ ଚାରି ଦିନ ଭିତରେ ପାନୀୟ ଜଳ ପାଇଁ ହାହାକାର ଦେଖାଯିବ । ଏପରକି ପୂର୍ବରୁ ଏହି ଖରାପ ପାଣିକୁ ବ୍ୟବହାର କରି ଅନେକ କିଡିନ୍ ସହିତ ଅନ୍ୟନ ଜଳ ବାହିତ ରୋଗରେ ପଡି ମୃତ୍ୟୁ ବରଣ କରିଛନ୍ତି । ଅନକେ ଏପ୍ରର୍ଯ୍ୟନ୍ତ ଚିକିସିôତ ହେଉଛନ୍ତି । ଏହି ସମସ୍ୟକୁ ନେଇ ମନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ପତ୍ର ଲେଖି ଏହାକୁ ସମାଧାନ କରିବାକୁ ନିବେଦନ କରାଯାଇଛି । ତୁରନ୍ତ ରାମକୋ ନିଜର ଦାୟିତ୍ୱ ସ୍ୱରୁପ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା ସହିତ ପ୍ରଶାସନ ମଧ୍ୟ ସ୍ଥାୟୀ ଭାବେ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ କଦଳା ଗ୍ରାମବାସୀ ଗଣଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି । Special Report by Sandhan News
ରାମକୋ ଦେଉଛି ଜଳ ଯାତନା: କୂଆ ପୋଖରୀ ଶୁଖିଲା, ମିଳୁନି ପିଇବା ପାଇଁ ଟୋପାଏ ସୁଦ୍ଧ ପାନୀୟ ଜଳ
|
April 18, 2021 |