ଧର୍ମଶାଳା ୧୬/୧୧ (ସନ୍ଧାନ ନିୟୁଜ/ମାନସ ରାଉତ)- ଧର୍ମଶାଳା ବ୍ଲକ ହରିଦାସପୁରଠାରେ କାର୍ଯ୍ୟରତଥିବା ରାମକୋ ସିମେଣ୍ଟ ଗ୍ରାଇଣ୍ଡିଙ୍ଗ୍ କାରଖାନାକୁ ।ରଆଜି ଘେରିବ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ଘୋଷଣା କରାଯାଇଛି । ଆରୁହା, ହରିଦାସପୁର ଓ ଥାନୁଆଳ ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଏହି କମିଟି ପାଞ୍ଚ ଦଫା ଦାବି ପୁରଣ ନେଇ ୧୭ ତାରିଖ ପୂବାହ୍ନ ୧୦ ଘଟିକାରେ କାରଖାନାର ମୂଖ୍ୟ ଫାଟକ ସମ୍ମୁଖୀନରେ ୨୦୦୦ ରୁ ଉର୍ଦ୍ଧ ସାଧାରଣ ଲୋକେ ଗଣଧାରଣା ଦେବେ ବୋଲି ଜଣାପଡିଛି । କାରଖାନାପାିଁ ଜମି ହରାଇଥିବା ପରିବାରର ଯୁବକ ମାନଙ୍କୁ କମ୍ପାନୀର ସ୍ଥାୟୀ ନିଯୁକ୍ତି, ଠିକା ଓ ପରିବହନ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ସରକାରୀ ଓ ଦେବୋ-ର ଜମିକୁ ଜବର ଦଖଲ ହଟିବା, ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀର ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବା ତଥା ସ୍ୱାସ୍ଥ୍ୟସେବା, ମଧୁରଜଳ ଓ ପରିବେଷ ପ୍ରତି କମ୍ପାନୀ ଅବହେଳା କରୁଥିବା ବିରୁଦ୍ଧରେ ଏହି ଆନେ୍ଦାଳନ ଡକା ଯାଇଥିବା କମିଟି ସଭାବତି ଉଚ୍ଛବ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ଏହି କମିଟିର ସମ୍ପାଦକ ସନ୍ତୋଷ ସାହୁ, ଉପସଭାପତି ହେମନ୍ତ ପାଢୀ, ଶୁଶାନ୍ତ ସାମଲ, ରଞ୍ଜନ କୁମାର ଜେନା (ଆରୁହା), ଯୁଧିଷ୍ଠିର ବେହେରା, ଅଜୟ ଜେନା, ନବକିଶୋର ଦାସ, ଏବଂ ଶ୍ରମିକ ନେତା ତଥା ସମାଜସେବୀ କ୍ଷିତିଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଚେତାବନୀ ଦେଇଛନ୍ତି ।
ରାମକୋ ଘେରିବ ମିଳିତ କ୍ରିୟାନୁଷ୍ଠାନ କମିଟି
|
November 16, 2018 |