ରାଫେଲ ମାମଲା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌ କୋର୍ଟ ମେ’ ୬ରେ ଶୁଣାଣି

Spread the love

ନୂଆଦିଲ୍ଲୀ, ୩୦/୪ (ସନ୍ଧାନ ନିୟୁଜ) : ରାଫେଲ ବିମାନ ସଂର୍ପରେ ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନଃଶୁଣାଣି ପାଇଁ ଆଗତ ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହର ସମୟ ଦେବାପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ହେଲେ, ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହର ସମୟ ଦିଆଯାଇ ପାରିବ ନାହିଁ ବୋଲି କହି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଅନୁରୋଧକୁ ପ୍ରତ୍ୟାଖାନ କରି ଦେଇଥିଲେ। ପରେ, ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଆସନ୍ତା ମେ’ ୪ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ଶୁଣାଣିକୁ ମେ’ ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।

Related Posts

About The Author

Add Comment