ପୁରୀ , ୦୪/୦୬/୨୦ (ସନ୍ଧାନ ନିଉଜ) : ଆଜି ରାତି 1.00 ରୁ ସ୍ନାନ ପହଣ୍ଡି ନିତି ଆରମ୍ଭ ହେବ।ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଆରମ୍ଭ ହେବ। ଭୋର ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ,ସକାଳ ୫ଟାରେ ତଡ଼ପ ଲାଗି ଓ ୬ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ। ୭ଟା ୩୦ରୁ ୯ଟା ୩୦ ଯାଏ ଜଳ ବିଜେ, ପୂଜା, ସ୍ନାନ ନୀତି କରାଯିବ। ଦିନ ୧୦ଟା ୩୦ରେ ଛେରା ପହଁରା ନୀତି, ଦିନ ୧୧ଟାରୁ ୧୨ଟା ଶ୍ରୀଜିଉଙ୍କ ହାତୀ ବେଶ ହେବ । ଚଳିତ ବର୍ଷ ବନ୍ଦ ରହିବ ଶ୍ରୀଜିଉଙ୍କ ସାହାଣମେଲା ନୀତି । ସନ୍ଧ୍ୟା ୫ଟାରୁ ୮ଟା ବାହୁଡ଼ା ପହଣ୍ଡି କରାଯିବ।
ରାତି 1.00 ରୁ ମହାପ୍ରଭୁଙ୍କ ସ୍ନାନ ପହଣ୍ଡି ନିତି ଆରମ୍ଭ
|
June 4, 2020 |
