ଜେନାପୁର, ୧୫/୦୫/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : କରୋନା ଏବେ ମହାମାରିର ରୂପ ନେବାକୁ ଯାଉଥିବାରୁ ଏହାକୁ ପ୍ରତିହତ କରିବାକୁ ପ୍ରଶାସନ ଦିନ ରାତି ଚେଷ୍ଟା ଚଳାଇଛି । କେତେବେଳେ ଲକଡଉନ ତ କେତେବେଳେ ସର୍ଟ ଡାଉନ ଲାଗୁ କରି ସାମାଜିକ ଦୁରତାକୁ ବଜାରଖିପାରିଲେ କରୋନା ବାୟପିବରେ ଆଙ୍କୁଶ ଲାଗି ପାରିବ । ଏବେ ସନ୍ଧ୍ୟା ୭ଘଟିକାରୁ ସକାଳ ୭ଘଟିକା ପର୍ଯ୍ୟନ୍ତ କେହି ବାହାରକୁ ବାହାରି ପାରିବେ ନାହିଁ ବୋଲି ପ୍ରଶାସନିକ କଟକଣା ଥିଲେ ମଧ୍ୟ ଏହାକୁ ଖାତିର ନକରି ବାଲି ମାଫିଆ ପୁନଃର୍ବାର ବାଲି ଚୋରା ଚାଲାଣ କରିବା ଆରମ୍ଭ କରିଛନ୍ତି । କୌଣସି ସୁତ୍ରରୁ ଖବର ପାଇଁ ଜେନାପୁର ପୋଲିସ ଏହି ବାଲି ବୋଝେଇ ଗାଡିକୁ ଜବତ କରିଥିବା ବେଳେ ଚାଳକ ଫେରାର ରହିଥିବା ଜଣା ୍ାଇଛି । ଖବର ଅନୁଯାଇ ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଯାଇଥିବା ବ୍ରାହ୍ମଣୀ ବ୍ରୀଜ ଠାରୁ ମାଳହାଟ ପର୍ଯ୍ୟନ୍ତ ନଦୀବନ୍ଧ ରସ୍ତା ପାଶ୍ୱର୍ରେ ରାଇଚନ୍ଦା, ତଇଲାସାହି, ସିଦାପାଳ ଠାରେ ଥିବା ବାଲି ଘାଟ ଗୁଡିକୁ ପ୍ରଶାସନ ଧାରା ୧୪୪ ପ୍ରୟୋଗ କରି ଗତ ୧୧/୯/୧୯ ମସିହାଠାରୁ ବନ୍ଦ କରିଛି । ଏହି ଘାଟରୁ ସବୁଦିନ ପାଇଁ ବାଲି ଉଠାଣକୁ ବନ୍ଦ ରଖିବାକୁ ପ୍ରଶାସନ ବନ୍ଧ ମୂହଁରେ ଥିବା ରାସତାକୁ ଟ୍ରେଞ୍ଜ ଖୋଲି ଅବରୋଧ କରିଥିଲେ । ମାଫିଆ କିନ୍ତୁ ନଛୋଡ ବନ୍ଧା । ଯେନେ ତେନ ପ୍ରକାର ବାଲି ଉଠାଇ ନିକଟସ୍ଥ ଗାଁ ଗଣଯଡାରେ ବିକି ପକେଟ ଗରମ କରିବାରେ ବ୍ୟସ୍ତ । ପ୍ରସାସନର କଟକଣାକୁ ଫୁ କରି ରାତି ଅଧରେ ଖୋଳା ୍ାଇଥିବା ଟ୍ରେଞ୍ଜକୁ ପୋତି ଅନେକ ଟ୍ରାକ୍ଟର ବାଲି ବୋହିବାରେ ଲାଗିଛନ୍ତି । ରାଇଛନ୍ଦା ବେଆଇନ ଘାଟରେ ବାଲି ଲୋଡ ହେଉଥିବା ଖବର ପାଇ ଥାନାଧିକାରୀ ସୁଶାନ୍ତ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ଏସ ଆଇ ମନୋରଞ୍ଜନ ସାମଲ ସଦଳବଳ ଅତର୍କିତ ଛଡାଉ କରିବାରେ ଟ୍ରାକ୍ଟର ଗୁଡିକ ଜବତ ହୋଇଥିଲେ ହେଁ ଚାଳକମାନେ ଫେରାର ହୋଇଯାଇଛନ୍ତି । ଜବତ ହୋଇଥିବା ମୋଟ ୪ଟି ଟ୍ରାକ୍ଟରରୁ ରାଜସ୍ୱ ବିଭାଗ ୨୦,୦୦୦ଟଙ୍କା ଲେଖାଏ ମୋଟ ୮୦ ହଜାର ଟଙ୍କା ଜରିମାନା ଆଦୟ କରିଛନ୍ତି । ତେବେ ଗାଡି ଗୁଡିକର ଅସଲି କାଗଜ ପତ୍ର ଦର୍ଶାଇ ଥାନାରୁ ମୁକୁଳାଇବେ ବୋଲି ଜଣା ପଡିଛି ।
ରାତି ଅଧିଆ ଚୋରା ବାଲି ଚାଲାଣ
|
May 15, 2020 |
