ରାତି ଅଧରେ ବେଆଇନ ଶହ ଶହ ଟ୍ରିପ ବାଲି ଚାଲାଣ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ,

Spread the love

ଜେନାପୁର/୮/୩ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଅଧିନ ଜେନାପୁର ରାଜସ୍ୱ କାର୍ଯ୍ୟାଳୟ ର ବୃନ୍ଦାଦେଇପୁର ମୌଜା ରୁ ରାତି ଅଧିଆ ଶହ ଶହ ଟ୍ରିପ ବାଲି ବେଆଇନ ଭାବେ ଉତ୍ତୋଳନ କରାଯାଇ ଚୋରା ଚାଲାଣ କରା ଯାଉଛି। ବିଭାଗୀୟ ଅଧିକାରୀ ଏ ସମ୍ବନ୍ଧରେ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ବିଭାଗୀୟ ଅଧିକାରୀଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ନିନ୍ଦା କରାଯାଇଛି। ମିଳିଥିବା ସୂଚନା ମୁତାବକ ବୃନ୍ଦାଦେଇପୁର ମୌଜାର ବିଭିନ୍ନ ସ୍ଥାନରୁ ରାତି ସାରା ବେଧଡ଼କ ଭାବେ ଶହ ଶହ ଟ୍ରିପ ବାଲି ଚାଲାଣ କରାଯାଉଛି। ଲଘୁ ଖଣିଜ ବିଭାଗ ତଥା ସରକାରଙ୍କ ତରଫରୁ ଏଠାରେ କାହାକୁ ଲିଜ କିମ୍ବା ଅସ୍ଥାୟୀ ଅନୁମତି ମଧ୍ୟ ପ୍ରଦାନ କରାଯାଇନାହିଁ। ତେବେ କାହା ସାହାସ ରେ ଏଠାରୁ ଦୀର୍ଘ ଦିନ ହେବ ଉକ୍ତ ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରାଯାଉଛି। ଧର୍ମଶାଳା ତହସିଲ ଅଧିନରେ ଥିବା ଅନେକ ବାଲି ଘାଟ କୁ ସରକାରୀ ଅନୁମତି ରହିଥିଲେ ମଧ୍ୟ ତାହାକୁ ପ୍ରଶାସନ ପକ୍ଷରୁ ଚଳେଇବାକୁ ଦିଆ ଯାଉ ନାହିଁ। କିନ୍ତୁ ରାତି ଅଧିଆ ବେଧଡ଼କ ବାଲି ଚାଲାଣ କୁ ବନ୍ଦ କରାଯାଇ ପାରୁ ନାହିଁ। ରାତି ସାରା ବାଲି ଚାଲାଣ ସକାଳ ସମୟ ପର୍ଯ୍ୟନ୍ତ ଚାଲିବା ଫଳରେ ନଦୀ ବନ୍ଧ ଉପରେ ବାଲି ପଡ଼ି ଯିବା ଆସିବା ଅସୁବିଧା ହେଉଛି। ନଦୀ ବନ୍ଧ ଉପରେ ବହୁ ଲୋକ ମର୍ଣ୍ଣି ୱାକ କରିବା ଏବଂ ଇଣ୍ଟରଭିୟୁ ପାଇଁ ନଦୀ ବନ୍ଧ ଉପରେ ଦୌଡ଼ ଅଭ୍ୟାସ କରୁଥିବା ଯୁବକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି

Related Posts

About The Author

Add Comment