ରାଜ ରାସ୍ତାରେ କଲେଜ ଛାତ୍ର ଛାତ୍ରୀ,୭ଦଫା ଦାବିନେଇ କେଲଜ ଗେଟ ନିକଟରେ ଧାରଣା
ରାଜ ରାସ୍ତାରେ କଲେଜ ଛାତ୍ର ଛାତ୍ରୀ,୭ଦଫା ଦାବିନେଇ କେଲଜ ଗେଟ ନିକଟରେ ଧାରଣା
Manas Kumar Rout |
January 23, 2019 |

ମାଲକାନଗିରି,୨୨/୧(ସନ୍ଧାନ ନିୟୁଜ) ସାତଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ମାଲକାନଗିରି କଲେଜର ଶତାଧିକ ଛାତ୍ର ଛାତ୍ରୀ । ମାଲକାନଗିରି ମହାବିଦ୍ୟାଳୟକୁ ତୁରନ୍ତ ସରକାରୀ ଘୋଷଣା କରିବା, ଗତ ୬ମାସତଳେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ମାଲକାନଗିରି ମହାବିଦ୍ୟାଳୟର ଭିତିଭୂମୀ ଉନ୍ନତି ନିମନ୍ତେ ଦେଢକୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ,ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ଛାତ୍ରୀଙ୍କ କଲେଜ ଫିସ କମାଇଦିଆ ଯାଉ,କଲେଜ ଲାଇବ୍ରେରୀରେ ପୁସ୍ତକ ଓ ଅନ୍ୟାନ ଉପକରଣ ଯୋଗାଇବା,ନିୟମତି କଲେଜ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା,କଲେଜର ବାର୍ଷିକ ଉତ୍ସବ ପାଳନ କରିବା,କଲେଜ ଛାତ୍ର ଛାତ୍ରୀଙ୍କ କ୍ରୀଡାପରିସର ସଫାସୁତର କରି ଏହାକୁ କାର୍ଯ୍ୟକାରି କରିବା ଇତ୍ୟାଦି ଦାବିନେଇ ମଙ୍ଗଳବାରଦିନ ମାଲକାନଗିରି ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ କଲେଜ ଗେଟ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ । କଲେଜ ଭିତରକୁ କୌଣସି ଅଧ୍ୟାପକ,ଅଧ୍ୟାପିକା କିମ୍ବା କର୍ମଚାରି ମାନଙ୍କୁ ଛାଡିନଥିଲେ । ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ବୁଝାସୁଜା କରିବା ପରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ ପ୍ରତ୍ୟହାର କରିଥିଲେ । ସକାଳ୯ଟା ଠାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କେଲଜ ଗେଟ ସମ୍ମୁଖ ମୁଖ୍ୟରାସ୍ତାରେ ଛାତ୍ର ଛାତ୍ରୀ ମାନେ ଧାରଣା ବସିଥିଲେ ।
Related Posts
About The Author