ଯାଜପୁର, ୧୦/୦୬ (ସନ୍ଧାନ ନିଉଜ) : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଯାଜପୁର ଜିଲ୍ଲା ଗସ୍ତରେ ଆସି କରୋନା ସ୍ଥିତିର ସମୀକ୍ଷା କରିଚ୍ଥନ୍ତି । ମଙ୍ଗଳବାର ଯାଜପୁର ଜିଲ୍ଲାରେ ପହଞ୍ଚିବା ପରେ ରାଜ୍ୟ ଟିମ ଜିଲ୍ଳ୍ା ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ସହ ଆଲୋଚନା କରିଥିଲେ । ଡା. ବଳ ଜିଲ୍ଳ୍ାର କରୋନା ସ୍ଥିତି, ନିଆଯାଇଥିବା ପଦକ୍ଷେପ, ଚିକିସôା ବ୍ୟବସ୍ଥା, ସ୍ୱାବ ସଂଗ୍ରହ ଇତ୍ୟାଦି ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ପରେ ରାଜ୍ୟ ଟିମ୍ କତାରପୁର ଓ ସିମିଳିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିମିତି କଣ୍ଟେନମେଣ୍ଟ ଜୋନକୁ ପରିଦର୍ଶନ କରିବା ସହ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ । ଲୋକ ମାନଙ୍କୁ କିପରି ସଚେତନ କରାଯାଊଚ୍ଥି, ସାମାଜିକ ଦୂରତା ରକ୍ଷା ହେଉଚ୍ଥି, ମାସ୍କ ବ୍ୟବହାର କରୁଚ୍ଥନ୍ତି ନା ନାହିଁ, ଟି.ଏମ୍.ସି. ମାନଙ୍କରେ ପ୍ରବାସୀ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା, ଆବଶ୍ୟକତା ଇତ୍ୟାଦି ପଚାରି ବୁଝିଥିଲେ । ଜିଲ୍ଳ୍ା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସରକାରୀ ମାର୍ଗଦର୍ଶିକା ଆଧାରରେ କାର୍ଯ୍ୟକାରୀ ହେଉଥିବାରୁ ଟିମ୍ ସନ୍ତୋଷ ପ୍ରକାଶ କରିଥିଲେ । ତେବେ ସମଗ୍ର ଜିଲ୍ଲାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଅଧିକ କଡାକଡି କରିବାକୁ ଲୋକ ମାନଙ୍କୁ ସଚେତନ ବା ଅବଗତ କରାଇବାର ଅବଶ୍ୟକତାକୁ ସେମାନେ ଗୁରୁତ୍ୱ ଦେଇଥିଲେ । ଏହି ଟିମ୍ରେ ଏସ୍.ସି.ବି. ର ଡା. ସିକତା, ଡା. ଦ୍ୱୀପାନୀତା, ଆଇ.ଆଇ.ପି.ଏଚ୍. ର ଡା. ଅମି୍ରଶ ଦତ୍ତ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଡା. ଦୀପକ କର, ସି.ଡି.ଏମ୍.ଓ. ଡା. ବଳ ଓ ଡା. ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟ ସ୍ୱାସ୍ଥ୍ୟ ଟିମ୍ର ଯାଜପୁର ଜିଲ୍ଲା ଗସ୍ତ ଓ କ୍ଷେତ୍ର ପରିଦର୍ଶନ
|
June 10, 2020 |
![](https://sandhannews.com/wp-content/uploads/2020/06/N.-1.jpg)