ବାଲିଗୁଡା, ୦୭/୧୧/୨୦୨୧ (ସନ୍ଧାନ ନିଉଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ତରଫରୁ ୬୯ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ୍ ପ୍ରତିଯୋଗିତା ର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘର ଉପସଭାପତି ସେକ୍ ସାଦିକ ଙ୍କ ଅଧ୍ୟକ୍ଷତାରେ ସଂଘ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ସ୍ଥାନୀୟ ପ୍ରଶାସନ , ଜନପ୍ରତିନିଧି ଏବଂ କ୍ରୀଡାବିତ୍ ମାନଙ୍କ ସହଯୋଗ ରେ ମିନି ଷ୍ଟାଡିୟମ ଠାରେ କିପରି ଏହି ରାଜ୍ୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଟିକୁ ସଫଳ କରିହେବ ସେଥିପାଇଁ ସଂଘର ସମ୍ପାଦକ ଡ. ସୁଶାନ୍ତ କୁମାର ଦାସ ବିସ୍ତୃତ ଭାବେ ସମସ୍ତ ବିଷୟ ଆଲୋଚନା କରିଥିଲେ ଏବଂ ସଂଘ ର ବିଭିନ୍ନ କର୍ମକର୍ତ୍ତାଙ୍କୁ ଦାୟୀତ୍ବ ବଣ୍ଟନ କରିଥିଲେ।ଏହି ବୈଠକ ରେ କ୍ରୀଡା ସଂଘ ର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ୍ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ
|
November 7, 2021 |