ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷିଙ୍କୁ ସହାୟତା ପ୍ରଦାନ

Spread the love

ଯାଜପୁର ସଦର, ୧୮ା୦୫(ସନ୍ଧାନ ନିୟୁଜ/ଜି ଦାସ) : ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପି.ଏମ୍‌. କିସାନ ଯୋଜନାରେ ଭୂମିହିନ ଚାଷି, ନାମମାତ୍ର ଚାଷୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଅକ୍ଷୟତୃତୀୟା ଅବସରରେ କୃଷକ ଓ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୦୦ ଟଙ୍କା ପ୍ରତି ଚାଷୀଙ୍କୁ ପ୍ରଦାନ କରିଥିବା ବେଳେ, ଚାଷୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଚି । ସେହିପରି କେନ୍ଦ୍ର ସରକାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି.ଏମ୍‌. କିସାନ ଯୋଜନାରେ ପ୍ରତି ଚାଷୀ ପରିବାରଙ୍କୁ ୨୦୦୦ ଟଙ୍କା ଲେଖାଏଁ ୮ଟି କିସ୍ତି ପ୍ରଦାନ କରିଥିବା ବେଳେ, ଚାଷୀଙ୍କ ତରଫରୁ ମାନ୍ୟବରର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଭୂମିହୀନ ନାମମାତ୍ର ଚାଷିମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦୦୦ ଟଙ୍କା ଲେଖାଏଁ ବର୍ଷକୁ ୨୫୦୦୦ ଟଙ୍କା ଦେବାକୁ ପୂର୍ବରୁ ଦେଇଥିବା ବେଳେ, ୨୦୦୦ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ଏହି ସହାଯ୍ୟ ସମୁଦ୍ରକୁ ଶଂଖେ । ଯାହାକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, କୃଷୀ ଅରୁଣ କୁମାର ସାହୁ ଦୃତ ପଦକ୍ଷେପ ନେଇଥିବା ବେଳେ, ପୂର୍ବରୁ ଦେଇଥିବା କାଳିଆ ଯୋଜନାର ରାଶି ୫୦୦୦ ଟଙ୍କା ଲେଖାଏଁ ଏହି ଗରିବ ଚାଷୀ ପରିବାର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ କୃଷୀମନ୍ତ୍ରୀ ଙ୍କ ନିକଟରେ ଦାବି କରିଛନ୍ତି । ଏହି ପରି ମାନ୍ୟବର ପ୍ରଧାନମନ୍ତ୍ରୀ ପି.ଏମ୍‌. କିସାନ ଯୋଜନାରେ ୨୦୦୦ ଟଙ୍କା ଅର୍ଥରାଶି ଦେଉଥିବା ବେଳେ, ପି.ଏମ୍‌. କିସାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା  ପରିବାରଙ୍କୁ ୫୦୦୦ ଟଙ୍କା ଆର୍ଥିକ ରାଶି ଦେବାକୁ ଦାବକରାଯାଉଚି । ଗରିବ ଚାଷୀ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପି.ଏମ୍‌. କିସାନ ଏବଂ କାଳିଆ ଯୋଜନା ଅର୍ଥରାଶି ଦେଇଥିବାରୁ ଯାଜପୁର ଜିିଲ୍ଲାର ଚାଷିମାନେ ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ କୃଷୀମନ୍ତ୍ରୀ କୃତଜ୍ଞତା ଜଣାଇଛିନ୍ତି ।

Related Posts

About The Author

Add Comment