ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଅନାଥ ଶିଶୁଙ୍କୁ ଥଇଥାନ ପ୍ରକ୍ରିୟା

Spread the love

ସାନଖେମୁଣ୍ଡି, ୦୬.୦୨.୨୦୨୧(ସନ୍ଧାନ ନିଉଜ୍):- ଅନାଥ ଶିଶୁଙ୍କୁ ଚିହ୍ନଟ କରାଯିବା ପରେ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ମଙ୍ଗଳ ବିଭାଗ ଗଂଜାମ ଜିଲ୍ଲା ଶେରଗଡରୁ ଆରମ୍ଭ କରିଛନ୍ତି ଥଇଥାନ କାଉନ୍ସେଲିଂ ପ୍ରକ୍ରିୟା । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଅନାଥ ଶିଶୁଙ୍କୁ ଥଇଥାନ ପ୍ରକ୍ରିୟା । ଏଥିପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗଂଜାମ ଜିଲ୍ଲା ଶେରଗଡରୁ ଥଇଥାନ କାଉନ୍ସେଲିଂ ପ୍ରଥମ କରି ଆରମ୍ଭ ହୋଇଛି । ଶିଶୁ ଅନାଥ ହେବାର ବିଭିନ୍ନ କାରଣ ରହିଛି । ତେଣୁ ସେମାନଙ୍କୁ ଯେଉଁ ମାନେ ପାଳନ କରିଥିଲେ ସେମାନଙ୍କ ମତାମତ ନେଇ ଏହି କାର୍ଯ୍ୟକ୍ରମ ଆଗକୁ ନିଆଯିବ ବୋଲି ମତ ପ୍ରକାଶ ପାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାରେ ଶେରଗଡରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବ୍ଲକର ୩୮ ଜଣ ଅନାଥ ଶିଶୁଙ୍କୁ ଚିହ୍ନଟ ହୋଇଛି । ସେମାନେ କଣ ଚାହୁଁଛନ୍ତି ମତାମତ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶିଶୁ ମଙ୍ଗଳ ସମିତି ସଦସ୍ୟ ଓ ଶେରଗଡ ବିଡିଓ । ସେହିପରି ବର୍ତ୍ତମାନ ସୁଦ୍ଧା ଗଂଜାମ ଜିଲ୍ଲାରେ ୧୧୦୦ ଅନାଥ ଶିଶୁଙ୍କୁ ଚିହ୍ନଟ ହୋଇସାରିଛି । ଏହି ପରି ପ୍ରତ୍ୟେକ ବ୍ଲକରେ କାଉନ୍ସେଲିଂ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଚାଇଲ୍ଡ ଲାଇନ୍ ସଂଯୋଜକ ।

Related Posts

About The Author

Add Comment