ରାଜ୍ୟ ସରକାରଙ୍କ ଉପରେ ୯୭,୮୨୩ କୋଟିର ଋଣ ଭାର

Spread the love

ଭୁବନେଶ୍ୱର, ୨୩/୧୧/୨୦୨୦ (ସନ୍ଧାନ ନିଉଜ) ରାଜ୍ୟ ସରକାରଙ୍କ ଉପରେ ରହିଛି ମୋଟ ୯୭,୮୨୩ କୋଟିର ଋଣ ଭାର। ୨୦୨୦ ୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ ସମୟରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଲକଡାଉନ ପାଇଁ କେନ୍ଦ୍ରୀୟ ହସ୍ତାନ୍ତର କମିବାରୁ ରାଜସ୍ଵ ପ୍ରାପ୍ତି ୬.୫ ପ୍ରତିଶତ ହ୍ରାସ ହୋଇଛି। ମହାମାରୀ ପ୍ରଭାବ ସତ୍ତ୍ଵେ ରାଜ୍ୟର ନିଜସ୍ଵ ରାଜସ୍ଵ ୧.୭ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ବଳକା ୬୭୯୦ କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬. ୪ ପ୍ରତିଶତ।

ସୂଚନାନୁଯାୟୀ, ରାଜ୍ୟ ଅତିରିକ୍ତ ବଜେଟରେ ୧୧ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। କୋଭିଡର ଗମ୍ଭୀର ପରିସ୍ଥିତିରେ ଜୀବନ ଓ ଜୀବିକାକୁ ବେଶ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।

Related Posts

About The Author

Add Comment