ରାଜ୍ୟ ରାଜପଥ ୨୪ ନୂଆ ରାସ୍ତା ତିଆରି ନ ସରୁଣୁ ଚାଲିଛି ରାସ୍ତା ମରାମତି

Spread the love

କଥାରେ ଅଛି ସରକାର କା ମାଲ ଦରିଆ ମେ ଡ଼ାଲ , ରାଜ୍ୟ ରାଜପଥ ୨୪ ଏୟାର ଜଳନ୍ତା ଉଦାହରଣ , ରାସ୍ତା ନିର୍ମାଣ କାର୍ଯ୍ୟ କୁ ମାସେ ନପୂରୁଣୁ ରାସ୍ତା ସବୁ ଫାଟି ଆଁ କରିଗଲା  , କରମଡିହି ରୁ ଝରଖଣ୍ଡ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୨୪ ନୂଆ ରାସ୍ତା ତିଆରି କାମ ଅନେକ ଦିନ ବିତିଗଲାଣି । ତା ଭିତରେ ଗଣମାଧ୍ୟମରେ ଅନେକ ଅଭିଯୋଗ ପ୍ରକାଶ ପାଇସାରିଛି ରାସ୍ତା ଟିଆରିକୁ ନେଇ । ସବଡେଗା ବ୍ଲକର ଉପାଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ଡୁମେର ବାହାଲ ଅଞ୍ଚଳ ଓ ମାଳିଡ଼ିହି ଅଞ୍ଚଳଯାଇ ତାର ଅନୁଧ୍ୟାନ କରି କତ୍ତୃପକ୍ଷ ଅଧିକାରୁଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଆଜି ପଯ୍ୟନ୍ତ ସେହି ଅଞ୍ଚଳର ରାସ୍ତା ଠିକ ହିସାବରେ କାମ ହେଇପାରି ନାହିଁ । ଯାହା ଫଳରେ ଅନେକ ସମୟରେ ଲୋକଙ୍କ ଦୁର୍ଘଟଣା ଘଟିବାର ସମ୍ଭାବନା ବଢ଼ିବାରେ ଲାଗିଛି ।ତା ସହିତ ରାସ୍ତା ଖାଲଢ଼ିପରେ ପରିଣତ ହେବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ । ଏହା ନୂଆ ରାସ୍ତା ତିଆରି କାମ ନା ମରାମତି ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts

About The Author

Add Comment