ସୁନ୍ଦରଗଡ଼ ତା:୮/୨/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ରାଜରାସ୍ତାରେ କ୍ରମାଗତ ଭାବରେ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ରାଜ୍ୟ ରାଜପଥ- ୧୦ ସହିତ ରାଜ୍ୟ ରାଜପଥ-୨୪ ଲୋକଙ୍କ ଜୀବନ ହରାଇବାର କେନ୍ଦ୍ରବିନ୍ଦୁ ପାଲଟିଥିବା ଚର୍ଚ୍ଚା ହେଉଛି ।ଏହି କ୍ରମରେ ଦୁର୍ଘଟଣାରୁ ମୃତ୍ୟୁ ହାର ବଢିବାରେ ଲାଗିଛି । ସମୟରେ ସମୟରେ ସରକାର ରାସ୍ତାର ଉନ୍ନତିକରଣ କରିବାରେ ଲାଗିଛନ୍ତି ହେଲେ ଲୋକଙ୍କ ଜୀବନ ଉପରେ ନଜର ଯାଉ ନ ଥିବା ବାରମ୍ବାର ଅଭିଯୋଗ ହେଉଥିବା ଦେଖିବାକୁ ମିଳୁଛି । ସୁନ୍ଦରଗଡ଼ ରୁ ରାଉରକେଲା ରାଜ୍ୟ ରାଜପଥ- ୧୦ ଓ କରମଡିହି ରୁ ଅନ୍ୟ ରାଜ୍ୟକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ-୨୪ ଲୋକଙ୍କ ଜୀବନ ପାଇଁ ବିପଦ ସାଜିଥିବା ସୂଚନା ରହିଛି । ମିଳିଥିବା ତଥ୍ୟ ଅନୁସାରେ ସଡ଼କ ଦୁର୍ଘଟଣା ସଂଖ୍ୟା ୦.୫୭ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୨୪ ମସିହାରେ ୫,୬୫୭ ଥିଲା ଏବଂ ୨୦୨୫ ମସିହାରେ ୫,୬୮୯ ହୋଇଥିଲା। ତଥାପି, ଦୁର୍ଘଟଣାର ଗମ୍ଭୀରତା ବୃଦ୍ଧି ପାଇଛି, ଛୋଟ ଦୁର୍ଘଟଣା ଅପେକ୍ଷା ମୃତ୍ୟୁ ଏବଂ ଗମ୍ଭୀର ଆଘାତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜିଲ୍ଲା ପ୍ରଶାସନ ତଥା ପରିବହନ ବିଭାଗର ସଚେତନତା ଅଭାବ କାରଣରୁ ଜିଲ୍ଲାର ରାଜସ୍ବ ହାନି ସହିତ ଜୀବନ ଯାଉଥିବା ଚର୍ଚ୍ଚା ହେଉଛି। କ୍ରମାଗତ ଭାବରେ କୋଇଲା ବୋଝେଇ ଟ୍ରକ,ଆଇରନ ବୋଝେଇ ଟ୍ରକ୍ ଡ୍ରାଇଭର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ବେଳେ ସେଥିରେ ନିରୀହ ଲୋକଙ୍କ ଜୀବନ ଯିବାର ଆଶଙ୍କାକୁ ବଢ଼ାଇବାରେ ଲାଗିଛି । ଜିଲ୍ଲାରେ ପ୍ରତ୍ୟେକ କ୍ଷେତ୍ରରେ ଅନୁଦାନ ଦେଇ ସରକାର ଉନ୍ନତିକରଣ କରୁଥିବା ବେଳେ ପ୍ରଶାସନର ସଚେତନତା କାର୍ଯ୍ୟରବହେଲା ଯୋଗୁଁ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଲୁଛି। ଏଥିରେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ରାଜ୍ୟ ରାଜପଥ-୧୦ ଓ ରାଜ୍ୟ ରାଜପଥ -୨୪ରେ ଲାଗିରହିଛି ସଡକ ଦୁର୍ଘଟଣା, ପ୍ରଶାସନ ତରଫରୁ ସଚେତନତାର ଅଭାବ
|
February 8, 2026 |



