ଅନ୍ୟପଟେ ସରକାରଙ୍କ ଅନଲକ୍ -୬ ଗାଇଡ ଲାଇନ ରେ ଯେଉଁ ସବୁ କଟକଣା ଉପରେ କୋହଳ ମନୋଭାବ ପୋଷଣ କରିଛନ୍ତି ତାହା କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ନାହିଁ ।
ସରକାର ଏବେ ସ୍କୁଲ ଖୋଲିବା ପାଇଁ କିଛି ମାତ୍ରରେ ଚେଷ୍ଟା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧୬ ତାରିଖ ଠାରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏ ପିଲା ସ୍କୁଲ ଯାଇପାରିବେ ।
ଅନ୍ୟପଟେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ଶିକ୍ଷାନୁଷ୍ଟାନ ବନ୍ଦ ରହିବ ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି
ସେହିଭଳି ଅନ୍ତିମ ସଂସ୍କାର ବେଳେ ୫୦ ଜଣ ଲୋକ ଠୁଳ ହୋଇପାରିବେ ବୋଲି କୁହାଯାଇଛି ।
ସେହିଭଳି ମନ୍ଦିର ଖୋଲିବା ପାଇଁ ବି ଅନୂୁମତି ମିଳିଛି । ହେଲେ ମନ୍ଦିର ଖୋଲିବା ପୂର୍ବରୁ ସ୍ଥାନୀୟ ପ୍ରଶାସନର ଅନୁମତି ଦରକାର ବୋଲି ଗାଇଡ ଲାଇନରେ କୁହାଯାଇଛି ।
ବିମାନ ଚଳା ଚଳ ଉପରେ କିନ୍ତୁ ଅନଲକ୍ -୬ରେ କଟକଣା ଜାରି ହୋଇଛି । ନଭେମ୍ବର ୩୦ ଯାଏ ଆନ୍ତର୍ଜାତୀୟ ଯାତ୍ରୀବାହି ବିମାନ ଚଳା ଚଳ ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ମନ୍ତ୍ରଣାଳୟର ଅନୁମତି ନେଇ ବିମାନ ଚଳାଚଳ କରିପାରିବ ।
ସେହିଭଳି ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ କିମ୍ବା ମ୍ୟୁନିସପାଲିଟ୍ ପକ୍ଷରୁ ନୂତନ ଅବରୋଧ ଅଞ୍ଚଳ ଚିହ୍ନଟ ହୋଇ ପାରିବ ।