ରାଜ୍ୟର୨୩ ଟି ମନ୍ଦିର , ମସଜିଦ୍ , ଗୁରୁଦ୍ୱାର ଓ ଚର୍ଚ୍ଚ ପାଇଁ ଅନୁଦାନ ମିଳିଲା ୨୩ କୋଟି ଟଙ୍କା

Spread the love

ଭୁବନେଶ୍ୱର୨୮/୦୨/୨୦ (ସନ୍ଧାନ ନିଉଜ) ରାଜ୍ୟରେ ଥିବା ୨୩ ଟି ମନ୍ଦିର , ମସଜିଦ୍ , ଗୁରୁଦ୍ୱାର ଓ ଚର୍ଚ୍ଚ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ମଞ୍ଜୁର କରିଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସେଥିମଧ୍ୟରୁ ୧୦ ଟି ମନ୍ଦିର ,୫ ମସଜିଦ୍ ,୬ ଗୁରୁଦ୍ୱାର ଓ୨ ଚର୍ଚ୍ଚ ପାଇଁ ୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଯାଜପୁରର ବିରଜା ମନ୍ଦିର ପାଇଁ କୋଟିଏ ଟଙ୍କା ଦେଇଥିବାବେଳେ କେନ୍ଦୁଝରର ବଳଦେବ ଜିଉ ମନ୍ଦିର ପାଇଁ ୧ କୋଟି । ବରଗଡ଼ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାଇଁ ୧ କୋଟି ଟଙ୍କା ଦେଇଥିବା ବେଳେ ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବଲାଙ୍ଗିରର ହରିଶଙ୍କର ମନ୍ଦିର ପାଇଁ ୧ କୋଟି ଟଙ୍କା ବୌଦ୍ଧର ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ଟଙ୍କା । ଢେଙ୍କାନାଳର ଶ୍ରୀ ଚନ୍ଦ୍ରଶେଖର ଜିଉ ବିଜେ ମନ୍ଦିର ପାଇଁ ୧ କୋଟି । ଜଗତସିଂହପୁରର ମା’ ଶାରଳା ମନ୍ଦିର ପାଇଁ ୧ କୋଟି ଟଙ୍କା ବୌଦ୍ଧର ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ଟଙ୍କା । କୋରାପୁଟର ଗୁପ୍ତେଶ୍ବର ମନ୍ଦିର, ନବରଙ୍ଗପୁରର ନୀଳକଣ୍ଠେଶ୍ବର ମନ୍ଦିରକୁ ଏକ କୋଟି ଲେଖାଏଁ ଅନୁଦାନ ମିଳିବ। ସେହିପରି ପୁରୀର ଜାହାନିଆ ପୀର, ସୋନପୁରର ହାଜିର ଅବଦୁଲ ସକୁର ବାବା ତରଭା ସରିଫ୍ ମସଜିଦ୍, ଭଦ୍ରକର ଧାମନଗର ସ୍ଥିତ ଦରଘା-ଏ-ହଜୁର-ମୁଜାହିଦ-ଇ-ମିଲାତ, ବାଲେଶ୍ବରର ଭୁଜାଖିଆ ପୀର, ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଜାମା ମସଜିଦ୍ ଓ ଖୋର୍ଦ୍ଧାର ହଜରତ ବୁଖାରୀ ପୀର ବାବା ମସଜିଦ୍ ଏହି ଯୋଜନାରେ ସାମିଲ ହୋଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ୫ଟି ଚର୍ଚ୍ଚକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ବଲାଙ୍ଗୀରର ସିଏନ୍ଆଇ ଚର୍ଚ୍ଚ, ଖୋର୍ଦ୍ଧାର ବାପ୍ଟିଷ୍ଟ ଚର୍ଚ୍ଚ, କଟକ ଚାନ୍ଦିନୀ ଚୌକ ସ୍ଥିତ ମାଉଣ୍ଟ ହାଉସ ଚର୍ଚ୍ଚ, କଳାହାଣ୍ଡିର ସେଣ୍ଟ ପଲ୍ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଓ ଭୁବନେଶ୍ବରର ୟୁନିଟ୍-୪ ସ୍ଥିତ ଚର୍ଚ୍ଚ ଅଫ୍ କ୍ରାଏଷ୍ଟକୁ ଅନୁଦାନ ପ୍ରଦାନ କରାଯିବ। ଅପରପକ୍ଷେ ପୁରୀ ସ୍ଥିତ ବଉଳି ମଠ ଗୁରୁଦ୍ବାର ଏବଂ ସୁନ୍ଦରଗଡ଼ ସ୍ଥିତ ଗୁରୁ ସିଂହ ସାହେବ ଗୁରୁଦ୍ବାରକୁ ୧ କୋଟି ଲେଖାଏଁ ପାଣ୍ଠି ଯୋଗାଇ ଦିଆଯିବ।

Related Posts

About The Author

Add Comment