ଭୁବନଶ୍ୱର, ୩୧/୩(ସନ୍ଧାନ ନିୟୁଜ) ରାଜ୍ୟରେ ୩ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳ ଆଜି ଆଉ ଗୋଟିଏ କରୋନା ପଜେଟିଭ ମିଳିଛି । ସଧ୍ୟାସମୟରେ ପ୍ରେସ ମିଟ ସମୟରେ ବି ୩ଟି ରହିଥିଲା । ଆଜି ସୁଧା ୬୧୦ ରକ୍ତନମୁନା ପରୀକ୍ଷଣ କରାଯାଇଥିବା ବେଳେ ରାତି ମଧ୍ୟରେ ୪ର୍ଥ କରୋନା ରୋଗୀଙ୍କ ପଜେଟିଭ ଆସିଥିଲା । ସେ ଭଦ୍ରକର ହୋଇଥିବା ବେଳେ ନିକଟରେ ଦୁବାଇରୁ ଫେରିଥିଲେ । ଏହା ପରେ ରାଜ୍ୟ ସରକାର ତାଙ୍କ ସଂଯୋଗରେ ଆସିଥିବା ଲୋକମାନଙ୍କୁ ଠାବ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି । ଅନ୍ୟପଟରେ ଏହାକୁ ନେଇ ଭଦ୍ରକ, ବାଲେଶ୍ୱର, ଯାଜପୁର ଆଦି ଅଂଚଳରେ ଆଶଙ୍କା ଦେଖାଦେଇଛି ।
ରାଜ୍ୟରେ ୪ର୍ଥ କରୋନା ଚିହ୍ନଟ
|
March 31, 2020 |
![ରାଜ୍ୟରେ ୪ର୍ଥ କରୋନା ଚିହ୍ନଟ](https://sandhannews.com/wp-content/themes/mts_newsonline/images/nothumb-featuredfull.png)