ଭୁବନେଶ୍ୱର, ୨୦/୧୧ (ସନ୍ଧାନ ନିଉଜ) : ରାଜ୍ୟରେ ୧୯ଟି ନଦୀର ଜଳ ପ୍ରଦୂଷିତ। ଏପରିକି ମହାନଦୀର ଜଳ ସମ୍ବଲପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପୂରା ପ୍ରଦୂଷିତ ହୋଇଛି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ମହାନଦୀ ପରି କାଠଯୋଡି, ବୁଢାବଳଙ୍ଗ, ଋଷିକୂଲ୍ୟା, ଗଙ୍ଗୁଆ, ଦୟା, ବ୍ରାହ୍ମଣୀ, ନାଗାବଳି, କୁଆଖାଇ ଓ ଲୁଣା ନଦୀର ଜଳ ପ୍ରଦୂଷିତ ହୋଇଛି। ଏହି ନଦୀ ଗୁଡ଼ିକର ନିକଟରେ ଥିବା ସହରରୁ ନିର୍ଗତ ନର୍ଦ୍ଦମା ପାଣି ମିଶୁଥିବାରୁ ଏପରିସ୍ଥିତି ସୃଷ୍ଟି ହେଉଥିବା ମନ୍ତ୍ରୀ କହିଛନ୍ତି।