ମାଲକାନଗିରି, ୧୩/୫ (ସନ୍ଧାନ ନିୟୁଜ) – ରାଜ୍ୟରେ ନକ୍ସଲଙ୍କ ପାଦ୍ରୁଭାବ ବୃଦ୍ଧି ପାଇବାରେ ଲାଗିଛି । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଚ୍ୟାଲେଞ୍ଜ ଦେବାରେ ସଫଳ ହେଉଛନ୍ତି ଲାଲବାହିନୀ । ଆଜି ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଗୁରୁତର ଆହତ। ମାଲକାନଗିରି ଜିଲ୍ଲାର ଜୟପରୁ ମାଲକାନଗିରି ମୁଖ୍ୟ ରାସ୍ତା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଡୋକ୍ରିଯୋଡି ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୂର୍ବରୁ ମାଓବାଦୀ ମାନେ ଆଇଡି ଖଞ୍ଜାଯାଇଥିବା।ଆଜି ଦିନ ୧୧.୨୦ମିନିଟ ସମୟରେ ଆଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ମାଓବାଦୀଙ୍କ ଦ୍ବାରା ଏହି ଆଇଡି ଲଗା ଯାଇଥିବା ବେଳେ ଏହି ବିସ୍ଫୋରଣ ରେ ଜନେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ତାଙ୍କର ନାମ ଜଗତ ପାଲ ସିଂ ତାଙ୍କୁ ବର୍ତ୍ତମାନ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଛି ବୋଲି ସୂଚନା ମିଳିଛି।
ସୂଚନା ମୁତାବକ, ଆଜି ସକାଳେ ବିଏସଏଫର ଏକ ପ୍ଲାଟୁନ କମ୍ବିଂ ସାରି ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତା ଦେଇ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ଗୋବିନ୍ଦପଲ୍ଲୀ ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତି କରାଯାଇଛି । ଘଟଣା ପରେ ସେହି ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।