ରାଜ୍ୟରେ ବଢ଼ିଲା କରୋନା ସଂଖ୍ୟା, ପୁଣି ୩ ପଜେଟିଭି

Spread the love

ଭୁବନେଶ୍ୱର ୦୩/୦୪ (ସନ୍ଧାନ ନିୟୁଜ) ଭୁବନେଶ୍ୱରର ବମିଖାଲରୁ ଏକାଥରରେ ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।

ଆଜି ମଧ୍ୟାହ୍ନରେ କଟକର ଜଣେ ବ୍ୟକ୍ତିଙ୍କ ନମୁନାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ବମିଖାଲ ଅଞ୍ଚଳର ଆଉ ୩ଜଣଙ୍କଠାରେ ଏହି କରୋନା ଭୂତାଣୁ ମିଳିଛି।

କଟକର ଚିହ୍ନଟ ହୋଇଥିବା ବ୍ୟକ୍ତି ଦିଲ୍ଲୀ ନିଜାମୁଦ୍ଦିନ ମର୍କଜରେ ହୋଇଥିବା ତବଲିଗି ଜମାତ ଧର୍ମସଭାରେ ଯୋଗଦେଇ ଫେରିଥିଲେ ବୋଲି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।

କଟକର ୬ଷ୍ଠ ସଂକ୍ରମିତଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଥିଲେଯେ, ତବଲିଗି ଜମାତ୍‌ରୁ ବର୍ତ୍ତମାନ ସୁଦ୍ଧା ୨୭ଜଣ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ବିଦେଶୀ ନାଗରିକ ରହିଛନ୍ତି। ୨୭ଜଣଙ୍କ ମଧ୍ୟରୁ ୨୧ଜଣଙ୍କ ନମୁନା କରୋନା ନେଗେଟିଭ୍‌ ଆସିଥିବାବେଳେ ଜଣଙ୍କ ପିଜିଟିଭ୍‌ ଆସିଛି। ୫ଜଣଙ୍କ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି।

ତବଲିଗି ଜମାତ ଫେରନ୍ତା ଓଡ଼ିଶାର ଆହୁରି ୪୦ଜଣ ଅଛନ୍ତି। ଯେଉଁମାନେ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଅଟକ ପଡ଼ିଛନ୍ତି।

H & FW Dept Odisha

@HFWOdisha

New COVID confirmed cases:
Three persons of Bomikhal, Bhubaneswar test positive for COVID-19. Total number of positive cases in the State goes upto 9 now. (Cured 2, active 7)

Attachments area

Related Posts

About The Author

Add Comment