ରାଜ୍ୟରେ ପୁଣି ୪୮ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

Spread the love
ସୁନ୍ଦରଗଡ, ୧୫/୦୫/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ଆଉ ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଂଜାମ, ପୁରୀ, ଦେବଗଡ, ଯାଜପୁର, ବାଲେଶ୍ୱର,କଟକ, ନୟାଗଡ, ଭଦ୍ରକ ଏବଂ ସୁନ୍ଦରଗଡରୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ୧୨, ବାଲେଶ୍ୱରରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡରୁ ୩, ଯାଜପୁରରୁ ୨, ସୁନ୍ଦରଗଡ, କଟକ ଏବଂ ଦେବଗଡରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment