ଭୁବନେଶ୍ୱର, ୧୮/୦୪/୨୨ (ସନ୍ଧାନ ନିଉଜ) ରାଜ୍ୟରେ ପୁଣି ବଢିଲା ଯାତ୍ରୀବାହୀ ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୨ ପଇସା ବୃଦ୍ଧି ହୋଇଛି । ସାଧାରଣ ବସ୍ ଭଡା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡା ୯୪ରୁ ୯୬ ପଇସାକୁ ବୃଦ୍ଧି ହୋଇଛି ।
ଡିଲକ୍ସ ଓ ଏସି ଡିଲକ୍ସ ଭଡା ୪ ପାଇସା ବୃଦ୍ଧି ହୋଇଛି । ଡିଲକ୍ସ ଭଡା ୧ଟଙ୍କା ୩୧ରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ହୋଇଛି । ସେହିପରି ସୁପର ପ୍ରିମିୟମ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି ହୋଇଛି । ସୁପର ପ୍ରିମିୟମ ଭଡା ୨ ଟଙ୍କା ୪୭ରୁ ବଢି ୨ ଟଙ୍କା ୫୩ ପଇସା ବଢିଛି ।
ତେବେ ରାଜ୍ୟରେ ବସ୍ ଭଡା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ଗତ ମାସରେ ମଧ୍ୟ ବସ୍ ଭଡା ବୃଦ୍ଧି କରାଯାଇଥିଲା । ତେବେ ୧ ମାସ ନପୂରୁଣୁ ପୁଣି ଥରେ ବସ୍ ଭଡା ବୃଦ୍ଧି ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।