ରାଜ୍ୟରେ ଏବଂ ଦେଶରେ ସାମାଜିକ ନେତୃତ୍ୱ ନାହିଁ : ତଥାଗତ

Spread the love

ଢେଙ୍କାନାଳ, ୫/୩ (ସନ୍ଧାନ ନିୟୁଜ) ଢେଙ୍କାନାଳ ର ଲୋକପ୍ରିୟ ସାଂସଦ ତଥା ଧରିତ୍ରୀ ଖବରକାଗଜ ର ସମ୍ପାଦକ ତଥାଗତ ଶତପଥୀ ରାଜନୀତି ରୁ ସନ୍ୟାସ ନେବେ I ଆଗାମୀ ନିର୍ବାଚନ 2019 ପାଖେଇ ଆସୁଥିବା ବେଳେ ହଠାତ ରାଜନୀତି ରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି ତଥାଗତ I ଢେଙ୍କାନାଳ ବିଜେଡି ର ଗଡ ଥିବାବେଳେ ଲଗାତାର ଭାବେ ତଥାଗତ ବିଜୟ ପାଇଆସିଛନ୍ତି I ତେବେ ହଠାତ ତଥାଗତ ଙ୍କ ଏପରି ଘୋଷଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ଚର୍ଚା ଚାଲିଛି କି ପ୍ରଫୁଲ୍ଲ ମଲିକ କିମ୍ବା ନିଧି ସାମଲ ଙ୍କୁ ଟିକେଟ ମିଳିପାରେ ,ସେଥିପାଇଁ ତଥାଗତ ସନ୍ୟାସ ନେଉଛନ୍ତି କିନ୍ତୁ ନିଜେ ତଥାଗତ କହିଛନ୍ତି କି ଏବେବି ଢେଙ୍କାନାଳ ଏବଂ ବିଜେଡି ର ତାଙ୍କ ସ୍ଥାନ ସୁରକ୍ଷିତ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି I ରାଜନୀତି ରୁ ସନ୍ୟାସ ନେଇ ସାମ୍ବାଦିକତା ରେ ପୁଣି ଥରେ ମନୋନିବେଶ କରିବେ ତଥାଗତ I ସୂଚନା ଥାଉ କି ତଥାଗତ ଙ୍କ ସମ୍ପାଦକୀୟ ସବୁବେଳେ ଚର୍ଚ୍ଚା ରେ ଥାଏ I ରାଜ୍ୟରେ ଦେଶରେ ସାମାଜିକ ନେତୃତ୍ୱ ନଥିବାରୁ   ସେ ଦିଗରେ କାର୍ଯ୍ୟ କରିବେ ବୋଲି ମତ ଦେଇଛନ୍ତି I I  ! ସେ ବି ମାନିଲେ ରାଜ୍ୟ ରେ ସାମାଜିକ ନିୟା ନାହିଁ ବୋଲି I  ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏନେଇ ବିଦ୍ଧିବଦ୍ଧ ଘୋଷଣା କରିବେ ତଥାଗତ I

Related Posts

About The Author

Add Comment