ସୁନ୍ଦରଗଡ଼, ୧୦/୦୩ (ସନ୍ଧାନ ନିଉଜ) ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର। ଏମିତିକି ପ୍ରତିଦିନ ଏଠି ନାବାଳିକା ମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ଆଜି ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ସେମିତି ଏକ ଲଜ୍ଜ୍ୟାକର ଘଟଣା । ସୂଚନା ଅନୂସାଇ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୂଆଡିହି ପାଖ ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଏହି ଅଞ୍ଚଳରେ ଜଣେ ୧୫ବର୍ଷିୟା ନାବାଳିକା ଜଙ୍ଗଲକୁ କାଠ ଆଣିବା ପାଇଁ ଜାଇଥିବା ସମୟରେ ଅଭିଯୁକ୍ତ ନାବାଳିକାକୁ ର୍ଦୁବ୍ୟବହାର କରିବା ସହିତ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଏହାପରେ ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଘରକୁ ଫେରି ପରିବାର ଲୋକଙ୍କ ଆଗରେ ସବୁକଥା ଜଣାଇବା ପରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଥିଲା । ଏହାପରେ ପୋଲିସ୍ ତଦନ୍ତ କରି ନାବାଳିକାର ଡାକ୍ତରୀ ମାଇନା କରାଇବା ସହିତ ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଯୁବକ ଜଣକ ହେଲେ ନୂଆଡିହିର ଅନୀଲ ତିର୍କୀ ।
ରାଜ୍ୟରେ ଥମୁନି ଲଜ୍ଜ୍ୟା: ସୁନ୍ଦରଗଡ଼ରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
|
March 10, 2022 |



