ରାଜ୍ୟରେ ଚାଲିଛି ସି.ବି.ଏସ.ଇ. ପରୀକ୍ଷାରେ ବ୍ୟପକ ଅନିୟମିତତା, ଅନେକ ସି.ବି.ଏସ.ଇ. ସ୍କୁଲର ୧୦ମ ପରୀକ୍ଷା ଫଳ ପ୍ରକାଶ ପାଇନି

Spread the love

ଭୂବନେଶ୍ୱର, ୧୬/୦୩ (ସନ୍ଧାନ ନିୟୁଜ) ରାଜ୍ୟରେ କୋରନା ସମୟରେ ବିନା ପରୀକ୍ଷାରେ ପରୀକ୍ଷା ଫଳ ବାହାରିବା ପରେ ବିଭିନ୍ନ ଇଂରାଜୀ ମିଡିୟମରେ ପଢ଼ୁଥିବା ପିଲାମାନେ ସରକାରୀ ବିଦ୍ୟାଳୟ ପିଲାଙ୍କ ଠାରୁ କମ୍ ନମ୍ବର ରଖିଥିବା ଜାଣି ସରକାରୀଙ୍କୁ ଘେରିଥିବା ବେଳେ ସରକାରୀ ପିଲାଙ୍କୁ ଆଣ୍ଡା ଚତୁଆ ଖାଇ ପଢ଼ୁଥିବାରୁ ସେମାନଙ୍କୁ ଅଧିକ ନମ୍ବର କାହିଁକି ମିଳିଛି କହି ତୁମ୍ଭି ତୋଫାନ କରିଥିଲେ । ହେଲେ ବର୍ତ୍ତମାନ ଚଳିତ ବର୍ଷର ପ୍ରଥମ ପ୍ରର୍ଯ୍ୟୟରେ ସିବିଏସଇ ୧୦ମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିଛି । କିନ୍ତୁ ବିଡମ୍ବନା ବିଷୟ ଏହି ପରୀକ୍ଷା ଫଳର ପ୍ରକାଶରୁ ଅନେକ ବିଦ୍ୟାଳୟ ବଂଚିତ ରହିଛନ୍ତି । ବିଶେଷ ସୁତ୍ରରୁ ଖବର ମୁତାବକ ଅନେକ ଇଂରାଜୀ ମିଡିୟମ ବିଦ୍ୟାଳୟରେ ୧୦ମ ପରୀକ୍ଷା ବ୍ୟପକ ଅନିୟମିତତା କରିଥିବାରୁ ସେମାନଙ୍କ ପରୀକ୍ଷା ଫଳକୁ ସିବିଏସ ପରୀକ୍ଷାଫଳ କମିଟି ଅପ୍ରକାଶିତ କରି ରଖିବା ସହିତ ବିଦ୍ୟାଳୟ କର୍ତ୍ତପକ୍ଷରୁ ଡକାଇ ଏହାର ଯାଂଚ କରୁଛି । ସୁତ୍ରରୁ ଜାଣିବାକୁ ମିଳିଛି ସମ୍ପୁକ୍ତ ବିଦ୍ୟଳୟ ଗୁଡିକ ସେମାନଙ୍କ ସେଂଟର ଗୁଡିକ ନିଜ ମନମୁତାବକ ସେଂଟିଙ୍ଗ କରିବା ସହିତ ପରୀକ୍ଷା ସମୟରେ ପିଲାମାନଙ୍କୁ ପ୍ରଶ୍ନର ଉତ୍ତର ଡାକିଦେଇଥିଲେ । ଏପରକି ସମସ୍ତ ଛାତ୍ରଛାତ୍ରୀ ଏହି ଉତ୍ତର ଗୁଡିକ ଟିପି ଦେଇଥିଲେ । ଫଳରେ ପରୀକ୍ଷାଖାତା ଦେଖିବା ସମୟରେ ଏଭଳି ଅନିୟମିତତା ହୋଇଥିବା ଜାଣିବା ପରେ ପରୀକ୍ଷାଫଳ କମିଟି ସେମାନଙ୍କ ପରୀକ୍ଷାଫଳ ବାହରନକରି ସେମାନଙ୍କୁ ଡାକି ଏହାର କାରଣ ଖୋଜିଛି । ଫଳରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷାଫଳ ନପାଇ ମାନସିକ ଅଶାନ୍ତି ମଧ୍ୟରେ ଥିବା ବେଳେ ସେମାନଙ୍କ ଅଭିଭାବକ ମାନେ ଦ୍ୱନ୍ଦରେ ରହିଛନ୍ତି । ତେବେ ଏହି ଅପ୍ରକାଶିତ ପରୀକ୍ଷା ଫଳ ତାଲିକାରେ ଶତାଧିକ ସ୍କୁଲ ରହିଥିବା ରହିଥିବା ଜଣାପଡିଛି । ତେବେ ଗତ୧୦ତାରିଖରୁ ପରୀକ୍ଷା ଫଳ ବାହାରିଥିବା ବେଳେ ଏଭଳି ଚଂଚକତା କରିଥିବା ବିଦ୍ୟାଳୟ ଗୁଡିକର ପରୀକ୍ଷାଫଳ କିଭଳି ପ୍ରକାଶ କରାଯିବ ସେନେଇ ନାନାଦି ଆଶଙ୍କା ଦେଖାଦେଇଥିବା ବେଳେ ଏଭଳି କଳା କାରବାର କରିଥିବା ବିଦ୍ୟାଳୟ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Related Posts

About The Author

Add Comment