ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ମାସିକ ଆର୍ଥିକ ସହାୟତା ଦାବି ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ‘ବିଧେୟକ’ ଅଣାଯିବା ନେଇ ଦାବିପତ୍ର

Spread the love

ଭଦ୍ରକ, ୨୩/୧୧ (ସନ୍ଧାନ ନିଉଜ) : ଓଡ଼ିଶାରେ ସାମ୍ବାଦିକମାନଙ୍କର ସୁରକ୍ଷା ପାଇଁ ବିଧାନସଭାରେ ‘ବିଧେୟକ’ ଅଣାଯିବା ଏବଂ ମାସିକ ଆର୍ଥିକ ସହାୟତା ପ୍ରଦାନ ଭଳି ୨ ଦଫା ଦାବି ନେଇ ଆଜି ଭଦ୍ରକ ଜିଲାର କାର୍ଯ୍ୟରତ ଉଭୟ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମଙ୍କ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରମୋଦ ରାୟ, ଡ. ହରିହର ନାୟକ, ଜ୍ଞାନପ୍ରକାଶ ପାଣି, ରବିନାରାୟଣ ଖିଲାର, ଚାରୁଦତ୍ତ ନାୟକ, ବିଭୁପ୍ରସାଦ ବେହେରା, ଅବିନାଶ ପଣ୍ଡା, ରାଜେଶ ଦାସ, ସାଧନ ଧର, ବିଦ୍ୟାଧର ସାହୁ, ନସିମ୍ ଅଖତର, ନବକିଶୋର ସାହୁ, ସଂଜୟ ଦାସ, ପ୍ରକାଶ ବାରିକ, ଚିନ୍ମୟ ମାଝୀ, ସୌମ୍ୟରଂଜନ ପାଢୀ, ଶୁଭେନ୍ଦୁ ଧଳ, ଲାଲା ପ୍ରମୋଦ ରାୟ, ଦୁର୍ଗାଚରଣ ସାମଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ର ମୂଳେ ବହୁ ସମୟରେ ଏହି ଜିଲା ସମେତ ରାଜ୍ୟର ଅନେକ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଛି । କେତେବେଳେ କର୍ତ୍ତବ୍ୟରତ ସାମ୍ବାଦିକର ପ୍ରାଣହାନି ଘଟୁଛି ତ କେତେବେଳେ ଗୁରୁତର ଭାବେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦିଆଯାଉଛି । ଏଭଳି ଅବସ୍ଥାରେ ରାଜ୍ୟର ସାମ୍ବାଦିକମାନଙ୍କର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ । ନଚେତ୍ ୪ର୍ଥ ସ୍ତମ୍ଭ ଭାବେ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀର ଅସମ୍ମାନ ହେବା ସହ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥିବା ସାମ୍ବାଦିକମାନଙ୍କର ନୈତିକ ବଳର ଅଧଃପତନ ଘଟିବ । ବିଶେଷକରି ସାଧାରଣ ଜନତାଙ୍କ ଦୁର୍ଦ୍ଦଶା, ସାମାଜିକ ଓ ଶୃଙ୍ଖଳା ଓ ଅସାଧୁ ରାଜନୈତିକ ଓ ପ୍ରଶାସନିକ ବ୍ୟକ୍ତିବିଶେଷଙ୍କ ଦୁର୍ନୀତି ଜନଗଣଙ୍କ ସମ୍ମୁଖକୁ ଆସିପାରିବ ନାହିଁ । ଏହା ଦ୍ୱାରା ଗଣତନ୍ତ୍ର ଭୁଷୁଡି ପଡିବ । ଅନୁରୂପ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଜୀବନ ଧାରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାସଗୃହ ଓ ଆର୍ଥିକ ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଓଡ଼ିଶାରେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଣୁ ସମସ୍ତ ସାମ୍ବାଦିକମାନେ ବହୁ ଦୁର୍ଦ୍ଦିନ ଦେଇ କାଳାତିପାତ କରୁଥିବାରୁ ସେମାନଙ୍କର ସୁରକ୍ଷା ଓ ଆର୍ଥିକ ସହାୟତା ଦିଗରେ ‘ବିଧେୟକ’ ଅଣାଯାଉ ବୋଲି ଦାବି ହୋଇଛି ।

Related Posts

About The Author

Add Comment