ଭୁବନେଶ୍ୱର, (ସନ୍ଧାନ ନିଉଜ) ରାଜ୍ୟରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟ ରେ କାର୍ଯାରତ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ପରିଶ୍ରମିକ ବୃଦ୍ଧି ଦାବି ହୋଇଛି । ବର୍ତ୍ତମାନ ରାଜ୍ୟ ରେ ୫୦ଗୋଟି ରୁ ଉର୍ଦ୍ଧ ସରକାରୀ ମହାବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ରହିଛି, ଯେଉଁଥିରେ କି ୧୫୦୦ରୁ ଉର୍ଦ୍ଧ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି। ସେମାନେ ମାସକୁ ପ୍ରତି ଶ୍ରେଣୀ ଶିକ୍ଷାଦାନ ୫୦୦ ଟଙ୍କା ହିସାବରେ ୨୫୦୦୦ ଟଙ୍କା ପାରିଶ୍ରମିକ ପାଉଛନ୍ତି ଏବଂ ତାହା ପୁଣି ପ୍ରତି ମାସରେ ମିଳୁନାହିଁ। ସେମାନେ ପୁଣି ନିୟମିତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ପରି ମହାବିଦ୍ୟାଳୟ ରେ ସମାନ ଶିକ୍ଷାଦାନ କରିବା ସହ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁମାସରେ ଛୁଟି, ପରୀକ୍ଷା କିମ୍ବା ଅନ୍ୟ କିଛି କାର୍ଯ୍ୟ ପଡୁଛି ତେବେ ପୂର୍ଣ୍ଣ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାରିଶ୍ରମିକ ଶ୍ରେଣୀ ପିଛା ୫୦୦ ଟଙ୍କା ରୁ ୧୦୦୦ ଟଙ୍କା ଙ୍କୁ ବୃଦ୍ଧି କରିବା ଉପରେ ସରକାର ଦୃଷ୍ଟି ଦେଲେ ରାଜ୍ୟର ସମସ୍ତ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେଇପାରନ୍ତେ।
ରାଜ୍ୟରେ କାର୍ଯାରତ ଅତିଥି ଅଧ୍ୟାପକ ଓ ଅଧ୍ୟାପିକଙ୍କ ପରିଶ୍ରମିକ ବୃଦ୍ଧି ଦାବି
|
December 4, 2024 |