ଭୁବନେଶ୍ବର, ୧୮/୧/୨୦୨୦ (ସନ୍ଧାନ ନିଉଜ) : ରାଜ୍ୟରେ ଥଣ୍ଡାର ପ୍ରକୋପ ଅଧିକ ନାହିଁ । କିନ୍ତୁ ଦେଖିବାକୁ ମିଳୁଛି କୁହୁଡିର କୋପ । ଭୋରରୁ ସକାଳ ୯-୧୦ ଟା ପର୍ଯ୍ୟନ୍ତ ଧଳା ଚାଦରର ଆସ୍ତରଣରେ ଘୋଡାଇ ହୋଇ ରହୁଛି ପୂରା ପରିବେଶ। ଆଜି ମଧ୍ୟ କୁହୁଡିକୁ ନେଇ ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାସ୍ତାଘାଟରେ ଯିବା ଆସିବା ମଧ୍ୟ ମୁସ୍କିଲ। ୪୦-୫୦ ମିଟରକୁ ଦୂରକୁ କିଛି ଜଣା ପଡୁନି।ଦୁର୍ଘଟଣା ଆଶଙ୍କା ବଢି ଯାଉଛି। ଗତକାଲି ଚାନ୍ଦବାଲିରେ ଥିଲା ସବୁଠାରୁ ଲୋ ଭିଜିବିଲିଟି। ୨୫ମିଟର ଦୂରକୁ କିଛି ଦେଖା ଯାଉ ନଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ, ସକାଳୁ ଦେଖିବାକୁ ମିଳିଥିଲା କୁହୁଡ଼ିର ପ୍ରଭାବ।
Related Posts
About The Author
Add Comment