ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାଡି ବସିଛି ପରିବେଶ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଜାତୀୟ ରାଜପଥରେ ବିଷାକ୍ତ ବର୍ଜ୍ୟ ପାଉଁସରେ ଲୋକେ ଅତିଷ୍ଟ

Spread the love

ଯାଜପୁର,୨୩/୦୭/୨୦୧୧ (ସନ୍ଧାନ ନିଉଜ) କରୋନା ମହାମାରୀ ସମୟରେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସରକାରଙ୍କ ଠାରୁ ବଦାନ୍ୟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ସହାୟତାର ହାତ ବଢାଉଛନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଟିକେ ବିଶୁଦ୍ଧ ବାୟୁ ନିହାତି ଆବଶ୍ୟକ । ହେଲେ ଜାତୀୟ ରାଜପଥ ଠିକା ସଂସ୍ଥା ରାସ୍ତା ଉପରେ ବର୍ଜ୍ୟ ପାଉଁସ ଗଦାଇ ବାୟୁ ମଣ୍ଡଳକୁ ମନୋମୁଖୀ ଭାବେ ବିଷାକ୍ତ କରିବା ସହ ଲୋକଙ୍କୁ ଏହି ବିଷାକ୍ତ ପରିବେଶରେ ବଞ୍ôଚବାକୁ ବାଧ୍ୟ କରୁଛି । ଏଥିନେଇ ଅଭିଯୋଗ ପରେ ରାଜ୍ୟପାଳଙ୍କ ତରଫରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜୁନ ୬ ତାରିଖରୁ ନିର୍ଦ୍ଦେଶ ନେଇ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏଥିନେଇ ଲୋକଙ୍କ ପ୍ରତିବାଦକୁ ମଧ୍ୟ ଗୁଣ୍ଡା ଓ ପୋଲିସ ବଳରେ ଚାପି ଦିଆଯାଉଛି । ଏ ସଂକ୍ରାନ୍ତରେ କେତେକ ବୁଦ୍ଧିଜୀବି ସୁପ୍ରୀମକୋର୍ଟ, ଲୋକପାଳ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି ଚଲାଇଥିବାର ବିଶ୍ୱସ୍ଥ ସୁତ୍ରରୁ ଜଣାପଡିଛି ।
ଖବରରୁ ପ୍ରକାଶ, ଚଣ୍ଡୀଖୋଲରୁ ଡୁବୁରୀ ଅଭିମୁଖେ ଯାଇଥିବା ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟରେ ହଜାର ହଜାର ଟ୍ରିପ ବର୍ଜ୍ୟ ପାଉଁସ ଗଦା କରାଯାଇ ରାସ୍ତା ନିର୍ମାଣ କରାଯାଉଛି । ମଣିଷ କିମ୍ବା ଜୀବ ଜଗତ ନିଶ୍ୱାସ ପ୍ରଶ୍ୱାସରେ ଏହି ବର୍ଜ୍ୟ ପାଉଁସ ଯିବା ଜୀବନ ପାଇଁ ଅତି ବିପଦ ଜନକ ହୋଇ ପଡିଛି । ପବନରେ ଏହି ପାଉଁସ ଜାତୀୟ ରାଜପଥରେ ଉଡୁଥିବା ବେଳେ ରାସ୍ତାରେ ଘୁର୍ଣ୍ଣିଝଡ ଭଳି ଅତି ବିପଦ ଜନକ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ସାଧାରଣ ଯାତ୍ରୀଙ୍କୁ ରାସ୍ତା ମଧ୍ୟ ଦେଖା ଯାଉନାହିଁ । ଏଥିପାଇଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି । ଜାତୀୟ ରାଜପଥ କଡରେ ଥିବା ଚାଷଜମି ଉପରେ ପାଉଁସର ଗୋଟିଏ ଆସ୍ତରଣ ପଡି ଜମିର ଉର୍ବରତା ନଷ୍ଟ ହୋଇ ଯାଉଛି । ଅନେକ କ୍ଷେତ୍ରରେ ଏହି ବର୍ଜ୍ୟ ପାଉଁସ ବର୍ଷା ପାଣିରେ ଭାସି ଗାଁ ଗଣ୍ଡାରେ ଏବଂ ଚାଷଜମି ଉପରେ ଏକ ଆସ୍ତରଣ ସୃଷ୍ଟି କରିଛି । କେତେକ ଗାଁରେ ଥିବା କୂଅ ପୋଖରୀରେ ଏହି ପାଉଁସ ଉଡି ପଡିବା ଫଳରେ ପାଣି ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇଛି । କୂଅ ପାଣି ବ୍ୟବହାର ଅନୁପଯୋଗୀ ହୋଇ ପଡିବାରୁ ଲୋକେ ସେମାନଙ୍କ କୂଅକୁ ଉଝାଳିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଅନ୍ୟାୟକୁ ଅନେକ ସ୍ଥାନରେ ଲୋକେ ବିରୋଧ କରୁଥିଲେ ମଧ୍ୟ ଗୁଣ୍ଡାଙ୍କ ନାଲି ଆଖି ଏବଂ ପୋଲିସ ଧମକରେ ଲୋକଙ୍କ ସ୍ୱରକୁ ଦବାଇ ଦିଆ ଯାଉଛି । ଏପରିକି ଏହି ଘଟଣାରେ କଥା କଥାକେ ଠିକା ସଂସ୍ଥା ଯାଜପୁର ଏସ.ପିଙ୍କ ନାମକୁ ନେଉଛନ୍ତି । ଜାତୀୟ ରାଜପଥ କଡରେ ଥିବା ଗାଁ ଗୁଡିକରେ ଲୋକେ ନିଜ ଘରେ ବି ରହି ପାରୁ ନାହାନ୍ତି । ସାଧାରଣ ଲୋକେ ଆଇନ କାନୁନ ନେଇ ସଚେତନ ନଥିବା ବେଳେ ଆଇନର ରକ୍ଷକ ସାଜିଥିବା ପ୍ରଶାସନ ଏ କ୍ଷେତ୍ରରେ ଏଭଳି ଅନ୍ୟାୟ ଏବଂ ଚରମ ଅବିବେକିତାପୂର୍ଣ୍ଣ କାର୍ଯ୍ୟକୁ ସୁରକ୍ଷା ଦେବା ଅନ୍ତରାଳରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଏଥିନେଇ ମଧ୍ୟ ଲୋକେ ସିଧାସଳଖ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଠିକା ସଂସ୍ଥାର ମାଲିକଙ୍କୁ ଫୋନ କରି ଏଭଳି ପାଉଁସ ଝଡକୁ ବନ୍ଦ କରିବାକୁ ଯାଇ ଏହାକୁ ରାସ୍ତାରେ ଆଉ ବର୍ଜ୍ୟ ପାଉଁସ ନପକାଇବା ସହ ଆମକୁ ବଞ୍ôଚବାକୁ ଦିଆଯାଉ ବୋଲି ଆକୁଳ ନିବେଦନ କରିଥିଲେ । ହେଲେ ଏହାର କୌଣସି ସୁଫଳ ମିଳିନାହିଁ ।
ଏଥିନେଇ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ତଥା ସଡକ ସୁରକ୍ଷା କମିଟି ସଭ୍ୟ ସତୀଶ ବିଶ୍ୱାଳ ମାନ୍ୟବର ସୁପ୍ରୀମକୋର୍ଟ, ହାଇକୋର୍ଟ ମୁଖ୍ୟ ବିଚାରପତି, ଲୋକପାଳ ଏବଂ ମାନବାଧିକାର କମିଶନଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ, ଉନ୍ନୟନ କାର୍ଯ୍ୟ ଲୋକଙ୍କ ମଙ୍ଗଳ ପାଇଁ କରାଯାଏ । ଲୋକଙ୍କ ଜୀବନକୁ ବିପଦ ବଳୟକୁ ନେଇ କୌଣସି ଉନ୍ନୟନ କାର୍ଯ୍ୟ ବିଧି ସମ୍ମତ ନୁହେଁ । ଏଠାରେ ରାସ୍ତା ନିର୍ମାଣ ଆଳରେ ଯେଭଳି ଲୋକଙ୍କ ଜୀବନକୁ ସଙ୍କଟରେ ପକା ଯାଉଛି ତାହା ସଂପୂର୍ଣ୍ଣ ମାନବାଧିକାରର ଉଲଂଘନ । ରାସ୍ତାର ପ୍ରାୟ ୮୦ ଭାଗ ଅଂଶରେ ଆବଶ୍ୟକ ହେଉଥିବା ମୋରମ, ଚିପ୍ସ, ମାଟି ଆଦି ଅନ୍ୟ ସାମଗ୍ରୀ ଦିଆ ନଯାଇ କେବଳ ବର୍ଜ୍ୟ ପାଉଁସରେ ନିର୍ମାଣ ହେଉଛି । ଏହି ବର୍ଜ୍ୟ ପାଉଁସକୁ ଆବଶ୍ୟକ ରୋଲିଂ ମଧ୍ୟ କରାଯାଉ ନାହିଁ । ରାସ୍ତାରେ ଗଦା ହେଉଥିବା ବର୍ଜ୍ୟ ପାଉଁସ କଡରେ ଏବଂ ଉପରେ ନାଁକୁ ମାତ୍ର ମୋରମ ପକାଯାଇ ଏହି ବର୍ଜ୍ୟ ପାଉଁସକୁ ଘୋଡାଇବାକୁ ଚେଷ୍ଟା କରାଯାଉଛି । ଫଳରେ ରାସ୍ତାର କଡରୁ ଯେ କେହି ରାସ୍ତାକୁ ଲକ୍ଷ କଲେ ବର୍ଜ୍ୟ ପାଉଁସରେ ସଂପୂର୍ଣ୍ଣ ରାସ୍ତା ନିର୍ମାଣ ହୋଇଥିବାର ଜଣା ପଡୁନାହିଁ । ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ନିର୍ମାଣ ଶୈଳୀକୁ ଉଲଂଘନ କରାଯାଇ ଏଭଳି ନିର୍ମାଣ କରାଯାଉଛି । ଏହାଦ୍ୱାରା ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Posts

About The Author

Add Comment