ଚଣ୍ଡିଖୋଲ ୨୪/୫ (ସନ୍ଧାନ ନିଉଜ) : ତହସିଲଦାର କାର୍ଯ୍ୟାଳୟକୁ ଆସି ଭିଡ ନ ଲଗାଇବା ଓ କାଯ୍ୟ ହୋଇନଥିଲେ ଫେରିକି ଯିବା ସମସ୍ୟାକୁ ଏଡ଼ାଇବା ପାଇଁ ସରକାର ରାଜସ୍ୱ ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ରଥ ଘର ପାଖରେ ପହଁଚି ଜମି ପଟ୍ଟ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଉପଲବ୍ଧ କରିବା ପାଇଁ ସୁଯୋଗ ସୃଷ୍ଟି କରିବ । ଆଜି ଏହି ରଥର ଶୁଭ ଯାତ୍ରା କାର୍ଯ୍ୟକ୍ରମକୁ ଯାଜପୁର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ ଓ ଏହି ଅବସରରେ କେତେକ ବ୍ୟକ୍ତିଙ୍କୁ ପଟ୍ଟା ଓ ଅନ୍ୟାନ୍ୟ କାଗଜ ପତ୍ର ବଂଟନ କରିଥିଲେ । ଏହି ଅବସରରେ ତହସିଲଦାର ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାସ ଓ ଅର୍ରା.ଆଇ, ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।
ରାଜସ୍ୱ ରଥ ର ଶୁଭାରମ୍ଭ: ମିଳିବ ଘର ପାଖରେ ଜମି ପଟ୍ଟା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ
|
May 24, 2021 |