ରାଜସ୍ୱ ଫାଙ୍କିବା ପାଇଁ ଭୋର ସମୟରେ ଚାଲିଛି ବାଲିଚାଲାଣ

Spread the love

ବାରିପଦା ୪/୮(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାଜସ୍ଵ ଚୋରି ରୋକିବାକୁ ରେ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ରାଜସ୍ଵ  ବିଭାଗ ଭଳି ଏକ ସ୍ଵତନ୍ତ୍ର ବିଭାଗ ଥିବା ବେଳେ ସଂପ୍ରତି ପୋଲିସ ବା ବିଭାଗକୁ ମଧ୍ୟ ବାଲି, ମୋରମ ଭଳି ଖଣିଜ ଜାତ ଦ୍ରବ୍ୟର ଚୋରାଚାଲାଣ ରୋକାଯିବା ପାଇଁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏହାସତ୍ତ୍ୱେ ରାସଗୋବିନ୍ଦପୁର ଅଞ୍ଚଳରୁ ଦୈନିକ ବିନା ରୟାଲଟିରେ ଟ୍ରାକ୍ଟର, ଡମ୍ପର ମାନଙ୍କରେ ବାଲି ବୋଝେଇ ୧ କରାଯାଇ ଅନ୍ୟତ୍ର ଚାଲାଣ କରାଯାଉଛି । ନିକଟ ଅତୀତରେ ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ ଭାବେ ୮/୧୦ଟି । ବାଲିବୋଝେଇ ଟ୍ରାକ୍ଟର ଜବତ କରାଯାଇ ସର୍ବନିମ୍ନ ଜୋରିମାନା ଆଦାୟ କରି ଛାଡିଦିଆଯାଇଛି । ଦିନ ସମୟରେ ଅର୍ଥାତ୍ ୧୦ଟାରୁ ୫ଟା ମଧ୍ୟରେ କ୍ବଚିତ ବାଲିଗାଡି ଚଳପ୍ରଚଳ କରୁଥିବା ବେଳେ ସରକାରୀ ଛୁଟି ଦିବସମାନଙ୍କରେ ବେଧଡକ ବାଲି, ମୋରମ ଚାଲାଣ କରାଯାଉଛି । ଏତଦବ୍ୟତୀତ ଭୋର ସମୟରେ ପୋଲିସ  ପେଟ୍ରୋଲିଂ ସାରି ବିଶ୍ରାମ ନେବାକୁ ଯାଉଥିବା ବେଳେ ଏବଂ ତହସିଲ ପ୍ରଶାସନ କାର୍ଯ୍ୟାଳୟକୁ ଆସିବାର ଅବ୍ୟବହିତ ପୂର୍ବରୁ ବାଲି ବ୍ୟବସାୟୀମାନେ ବାଲିଚାଲାଣ କରିଆସୁଛନ୍ତି ।

      ଏହାଛଡା କେତେକ ଟ୍ରାକ୍ଟର ମାଲିକ ବାଲିବୋଝେଇ ଟ୍ରାକ୍ଟର ପଛ କିମ୍ବା ଆଗରେ ବାଇକ ଧରି ଯାତାୟତ କରୁଥିବା ଦେଖାଯାଇଛି । ପେଟ୍ରୋଲିଂ କିମ୍ବା ତଳିଆ ରାଜସ୍ବ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଲେ ବିଭିନ୍ନ ରାଜନୈତିକ ଦଳର ଲୋକ କିମ୍ବା ଅର୍ଥ ହାତଗୁଞ୍ଜା ଦେଇ ଖସିଯାଉଛନ୍ତି । ବାଲି ଓ ମୋରମ ଚୋରାଚାଲାଣରେ ଅଙ୍କୁଶ ଲଗାଇବାକୁ ଏକ ସ୍ଵତନ୍ତ୍ର ସ୍କାର୍ଡ ଗଠନ କରାଯିବା ଦିଗରେ ଜିଲ୍ଲା  ପ୍ରଶାସନ ଗୁରୁତ୍ବ ନ ଦେଲେ ଚୋରାବାଲି ଓ ମୋରମ ଚାଲାଣ  କୁ ରୋକିବା ଅସମ୍ଭବ ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ ମ କରିଛନ୍ତି । ଜିଲ୍ଲାପାଳ ଗୁରୁତର ସହିତ ଏଥିପ୍ରତି ଦୃଷ୍ଟି ଦେବାକୁ  ସାଧାରଣରେ ଦାବି କରାଯାଇଛି।

Related Posts

About The Author

Add Comment